Odia News Portal

ଡ୍ରଗ୍ସ ନେବା ସହ କିଣା-ବିକାରେ ସାମିଲ ଥିଲେ ରିୟା

ମମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନିଜେ ବିଛାଇଥିବା ଜାଲରେ ଫସିବାରେ ଲାଗିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଯାଞ୍ଚ ସମୟରେ ତାଙ୍କ ହ୍ୱାଟ୍ସଆପ ଚାଟରୁ ଅନେକ ପୋଲ୍ ଖୋଲିଛି ।

କେନ୍ଦୀୟ ଅନୁସନ୍ଧାନକାରୀ ଏଜେନ୍ସିମାନଙ୍କୁ ଜଣାପଡିଛି ଯେ, ରିୟା ଡ୍ରଗ୍ସ ନେବା ସହିତ ତାହାର କିଣା-ବିକାରେ ମଧ୍ୟ ସାମିଲ ଥିଲେ । କିନ୍ତୁ ଏକ ଇଣ୍ଟରଭ୍ୟୁରେ ଡ୍ରଗ୍ସ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ ସିଧାସଳଖ ମନା କରିଥିଲେ । କିନ୍ତୁ ରିୟାଙ୍କ ହ୍ୱାଟ୍ସଆପ ଚାଟରୁ ତାଙ୍କ ବିଷୟରେ ଅନେକ ଖୁଲାସା ହୋଇଛି ।

ଅନ୍ୟପଟେ ରିୟାଙ୍କ ଭାଇ ସୌଭିକ ଏନସିବି ସାମ୍ନାରେ ଡ୍ରଗ୍ସ ନେଉଥିବା ସିଧାସିଧା ସ୍ବୀକାର କରିଛି। ସୌଭିକଙ୍କ ଡ୍ରଗ୍ସ ଚାଟ୍ ମଧ୍ୟ ସାମ୍ନାକୁ ଆସିଥିଲା। ଏହା ବାଦ୍ ଡ୍ରଗ ପେଡଲର୍ ମଧ୍ୟ ସୌଭିକଙ୍କ ନାଁ ନେଇଥିଲା। ଏ ପାଇଁ ସୌଭିକଙ୍କୁ ସତ ସ୍ବୀକାର କରିବା ଛଡ଼ା ଅନ୍ୟ କିଛି ରାସ୍ତା ତାଙ୍କ ପାଖରେ ନ ଥିବା କୁହାଯାଉଛି।