ରିୟାଙ୍କୁ ଡ୍ରଗ୍ସ ଯୋଗାଉଥିଲେ ସାରା By swadhikarnews Last updated Sep 14, 2020 ମୁମ୍ବାଇ() ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲରେ ଜଡିତ ଥିବା ଡ୍ରଗ୍ସ ମାମଲାରେ ନାକ୍ରୋଟିକସ କଣ୍ଟ୍ରୋଲ ବୁ୍ୟରୋ (ଏନସିବି) ପୁଣି ଛଅ ଜଣ ନିଶା ମାଫିଆଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ୫ ମୁମ୍ବାଇ ଓ ଜଣେ ଗୋଆରୁ ବୋଲି ଜଣାପଡିଛି । କୁହାଯାଇଛି ଯେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଗିରଫ ପରେ ତାଙ୍କ ସମ୍ପର୍କରେ ରହିଥିବା ପ୍ରାୟ ବ୍ୟକ୍ତିଙ୍କୁ ଏନସିବି ଗିରଫ କରିଛି । ଭିଡ଼ିଓ କନଫେରେସିଂ ମାଧ୍ୟମରେ ଗିରଫ ବ୍ୟକ୍ତିଙ୍କୁ ମୁମ୍ବାଇର ଏନ୍ସିବି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ । ଏହାପରେ ପାଳିପଡିପାରେ ସାରା ଅଲ୍ଲୀ ଖାନଙ୍କ ଡ୍ରଗସ ମାଫିଆର । ରିୟା ଏବଂ ସାରାଙ୍କୁ କିଏ କିଏ ଡ୍ରଗ୍ସ ଦେବାରେ ସହଯୋଗ କରୁଥିଲେ ତାହାକୁ ଏନଇ ଏନସିବି ତନାଘନା ଚଳାଇଛି । ପୂର୍ବରୁ ରିୟା ବଲିଉଡ଼ର ୮୦ପ୍ରତିଶତ ଲୋକ ନିଶା ସହିତ ଜଡିତ ଥିବା କହିବା ପରେ ସାରା, ରାକୁଲ, ସିମୋନଙ୍କ ସମେତ ଅନ୍ୟ ୩ଙ୍କ ନାମ ଆସିଥିଲା । ତେବେ ସୂଚନାଯାୟୀ ରିୟା ଏବଂ ସାରାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିଲା । ଯାହାକି ଉଭୟ ଅନେକ ଥର ଏକାଠି ଢଗ୍ସ ନେଇଥିବା ଖବର ରହିଛି । ରିୟାଙ୍କୁ ବାଦ ଦେଲେ ସାରା ଅନ୍ୟ ଡଗ୍ସ ମାଫିଆଙ୍କ ସମ୍ପର୍କରେ ମଧ୍ୟ ରହିଛନ୍ତି । ଯାହାଫଳରେ ସାରା ନିଜ ପରିଚିତ ଡ୍ରଗ୍ସ ମାଫିଆଠାରୁ ରିୟାଙ୍କୁ ଡ୍ରଗ୍ସ ଦେଉଥିଲେ । ଯାହାକୁ ନେଇ ରିୟା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ଦେଉଥିଲେ । Riya-sara Share