ବିଶିଷ୍ଟ ଚଳଚିତ୍ର ଅଭିନେତା ସାହିଦ କପୁରଙ୍କୁ କର୍କଟ ରୋଗ ସମ୍ପର୍କରେ ଏକ ଚାଂଚଲ୍ୟକର ତଥ୍ୟ ସୋସିଆଲ ମିଡିଆରେ କିଏ କାହିଁକି ପ୍ରଚାର କଲା ତାହା ଜଣାପଡିଲା ନାହିଁ ।ଏଭଳି ଏକ ଖବରକୁ ମଧ୍ୟ ନିଜେ ସାହିଦ କିମ୍ବା ତାଙ୍କ ପରିବାରବି ପ୍ରତିବାଦ କଲେନାହିଁ । ସାହିଦଙ୍କର ଅସୁସ୍ଥତା ଖବର ସାରା ବଲିଉଡକୁ ବ୍ୟସ୍ତ ଓ ବିବ୍ରତ କରିପକାଇଲା । ସାରା ବଲିଉଡ ହଲଚଲ ହୋଇଉଠିଲା । କେହି କିଛି ସଠିକ ଜାଣିନପାରି ନାନା ଦ୍ୱନ୍ଦ ଓ ଆଶଙ୍କାରେ ବୁଡି ରହିଲେ । ଶେଷରେ ପରିସ୍ଥିତି ଅସମ୍ଭାଳ ହେବାରୁ ସାହିଦଙ୍କ ପରିବାର ମୁହଁ ଖୋଲି ସାହିଦ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଓ ତାଙ୍କର କିଛି ହୋଇନାହିଁ ବୋଲି ସ୍ପଷ୍ଟିକରଣ ଦେବା ପରେ ସାହିଦଙ୍କ ଫ୍ୟାନମାନେ ଆଶ୍ୱସ୍ତ ହୋଇଛନ୍ତି । ଏଭଳି ମନଗଡା ଗୁଜବ ପ୍ରଚାର ନକରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି । ସୋସିଆଲ ମିଡିଆ ଏଭଳି ବିଭ୍ରାନ୍ତିକର ଓ ମିଥ୍ୟା ସମ୍ବାଦ ପ୍ରଚାର କରି ନଖେଳିବାକୁ କହିଛନ୍ତି ।