ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଗୋଟେ ଫିଲ୍ମ ପାଇଁ ୨କୋଟି ଟଙ୍କା ଡିମାଣ୍ଡ କରୁଥିବା ବେଳେ ‘ସାହୋ’ ପାଇଁ ତାଙ୍କୁ ୭କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି। ଅଗଷ୍ଟ ୩୦ରେ ଫିଲ୍ମ ‘ସାହୋ’ ରିଲିଜ୍ ହେବାକୁ ଥିବା ବେଳେ ଏହି ଫିଲ୍ମ ଜରିଆରେ ସାଉଥ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର । ତେବେ ଶ୍ରଦ୍ଧା ଏହି ଫିଲ୍ମ ପାଇଁ ପାରିଶ୍ରମିକ ବାବଦକୁ ଅଧିକ ଟଙ୍କା ନେଇଥିବା ଜଣାପଡ଼ିଛି । ସାଧାରଣତଃ ସାଉଥ୍ ଅଭିନେତ୍ରୀମାନଙ୍କୁ ଏତେ ଟଙ୍କା ଦିଆଯାଇ ନ ଥାଏ । ଖାସ୍ କରି ଡେବ୍ୟୁ କରୁଥିବା ଅଭିନେତ୍ରୀମାନଙ୍କୁ ଏତେ ଟଙ୍କା ଦିଆ ଯାଉ ନଥିବା ବେଳେ ଶ୍ରଦ୍ଧାଙ୍କୁ ପ୍ରଥମ ଥର ପାଇଁ ୭କୋଟି ଟଙ୍କା ଦିଆଯାଇଛି । ଫିଲ୍ମରେ ଶ୍ରଦ୍ଧା ଅମୃତା ନାୟରଙ୍କ ଭୂମିକାରେ ନଜର ଆସିବେ ।
