Odia News Portal

ଝିଅଙ୍କ ପଛରେ ଗୋଡେଇ ଗୋଡେଇ ଷ୍ଟାର ହୋଇଛନ୍ତି ଏହି ଅଭିନେତା

ବଲିଉଡ୍ର ନବାବ୍ ଖାନ୍ ’ସୈଫ୍ ଅଲ୍ଲୀ ଖାନ୍’ ସବୁବେଳେ ଖୋଲାମତ ଦିଅନ୍ତି। ଏକ ସାକ୍ଷାତକାରରେ ସେ ଭାରତୀୟ ଫିଲ୍ମରେ ମେଲ୍ ଷ୍ଟକର (ଯିଏ କାହା ପଛରେ (ମନ୍ଦ ଉଦ୍ଦେଶ୍ୟ ରଖି) ପଡ଼ିଯାଏ ଓ ପିଛା କରେ) ଚରିତ୍ର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସୈଫ୍ ବେଶ୍ ହାଲ୍କା ଓ ମଜା କରି କହିଥିଲେ ଯେ ଶାହାରୁଖ ଖାନ୍ ଷ୍ଟକର ଅର୍ଥାତ୍ ଝିଅଙ୍କ ପିଛା କରିବା ଚରିତ୍ରରେ ଅଭିନୟ କରି ତାଙ୍କ କ୍ୟାରିୟର ଗଢ଼ିଥିଲେ।

ସୈଫ କହିଥିଲେ ଯେ ଦର୍ଶକ ଯେଉଁ କାହାଣୀକୁ ଭାରତୀୟ ଦର୍ଶକମାନେ ଦେଖିବାକୁ ପସନ୍ଦ କରିବେ ବୋଲି ନିର୍ମାତାମାନେ ମନେ କରନ୍ତି, ସେମାନେ ତାକୁ ନେଇ ଫିଲ୍ମ କରନ୍ତି। ସେ କହିଥିଲେ ଯେ ଷ୍ଟାକର୍ ଚରିତ୍ରକୁ ବି ବଲିଉଡ୍ ନିର୍ମାତାମାନେ ହଲିଉଡ୍ରୁ କପି କରିଥିବେ। କାରଣ ବଲିଉଡ୍ ବିଦେଶୀ ଫିଲ୍ମଗୁଡ଼ିକୁ ବହୁଳ ମାତ୍ରାରେ କପି କରେ। ଏନେଇ ସେ ଶାହାରୁଖ୍ ଖାନ୍ଙ୍କ ଫିଲ୍ମ ‘ବାଜିଗର୍’ର ଉଦାହରଣ ଦେଇଥିଲେ।