Odia News Portal

ମିକାଙ୍କ ପରେ ସଲମାନ ହୋଇପାରନ୍ତି ବ୍ୟାନ

ମିକା ସିଂହଙ୍କ ପରେ ଏବେ ସଲମାନ ଖାନଙ୍କୁ ମଧ୍ୟ ବ୍ୟାନ୍ କରାଯାଇପାରେ। ପାକିସ୍ତାନରେ ବଲିଉଡ ଗାୟକ ମିକା ସିଂ ଏକ ଶୋ’ କରିଥିଲେ। ଏହାପରେ ମିକାଙ୍କୁ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏଶନ୍ (ଇଓଉଡଇ) ଏବଂ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (ୠଡଓଉଋ) ବ୍ୟାନ୍ କରିଦେଇଛନ୍ତି। ମାତ୍ର ମିକା ସିଂହ ନିଜର ଭୁଲ ବୁଝି ପାରିଛନ୍ତି ଏବଂ କ୍ଷମା ମଧ୍ୟ ମାଗିଛନ୍ତି।

ଏବେ ଖବର ରହିଛି ଯେ ସଲମାନ ଖାନଙ୍କୁ ମଧ୍ୟ ବ୍ୟାନ୍ କରାଯାଇପାରେ। କାରଣ କମିଟିର ନିଷ୍ପତ୍ତି ଅନୁଯାୟୀ ଯଦି କୌଣସି ବି ସେଲେବ୍ରିଟି ମିକାଙ୍କ ସହ କାମ କରିବେ ତେବେ ତାଙ୍କୁ ମଧ୍ୟ ବ୍ୟାନ୍ କରାଯିବ। ସଲମାନ ଖାନ ଆଗାମୀ ସପ୍ତାହରେ ମିକାଙ୍କ ସହିତ ଏକ କାର୍ୟ୍ୟକ୍ରମ କରିବାକୁ ଯାଉଛନ୍ତି। ଏହି କାର୍ୟ୍ୟକ୍ରମ ଆମେରିକାର ଭିନ୍ନ ଭିନ୍ନ ସହରରେ ହେବ।

ତେବେ ସୂଚନା ଅନୁଯାୟୀ ମିକା ସିଂହ ଅଗଷ୍ଟ ୨୮ରେ ହୋଷ୍ଟନରେ ହେବାକୁ ଥିବା ପ୍ରୋଗ୍ରାମରେ ସାମିଲ ହେବେ। ସୋହେଲ ଖାନଙ୍କ ଇଭେଣ୍ଟ କମ୍ପାନୀ ଜର୍ଡି ପଟେଲଙ୍କ କମ୍ପାନୀ ସହିତ ମିଶି ଏହି କାର୍ୟ୍ୟକ୍ରମକୁ ଆୟୋଜନ କରିଛନ୍ତି। ତେବେ ପଟେଲଙ୍କୁ ଯେବେ କାର୍ୟ୍ୟକ୍ରମରେ ମିକାଙ୍କୁ ନିମନ୍ତ୍ରଣ ବିଷୟରେ ପଚରାଗଲା, ସେ କହିଛନ୍ତି ୟୁଏସର କିଛି ସ୍ଥାନୀୟ ପ୍ରମୋଟର ମିକାଙ୍କୁ ନିମନ୍ତ୍ରଣ କରିଛନ୍ତି। ସଲମାନ ମିକାଙ୍କ ସହିତ କିଛି କାର୍ୟ୍ୟକ୍ରମ କରିବେ ନାହିଁ। ଉଭୟ ଗୋଟିଏ ଷ୍ଟେଜରେ ଏକାଠି ମଧ୍ୟ ନଜର ଆସିବେ ନାହିଁ।