Odia News Portal

କାହିଁକି ଦୁଃଖିତ ଅଛନ୍ତି ସଲମାନ,ଜାଣନ୍ତୁ

ସଲମାନ ଖାନଙ୍କର ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଦେଖିବାକୁ ମିଳିଥାଏ। ସଲମାନ କାହିଁକି ବିବାହ କରିନାହାନ୍ତି ବୋଲି ସିଧା ଉତ୍ତର ରଖିଥିଲେ। ସଲମାନ କହିଛନ୍ତି ସେ ଆଜି ପର୍ୟ୍ୟନ୍ତ ବିବାହ ପାଇଁ କୌଣସି ଝିଅକୁ ପ୍ରପୋଜ କରିନାହାନ୍ତି। ଯାହାଫଳରେ ତାଙ୍କର ବିବାହ ହୋଇପାରିନାହିଁ।

ତା ସହିତ ସଲମାନ- କ୍ୟାଣ୍ଡେଲ ଲାଇଟ ଡିନର କରନ୍ତିନି ବୋଲି ମଧ୍ୟ କହିଥିଲେ। ହୋଇପାରେ ଯଦି ମୁଁ କ୍ୟାଣ୍ଡେଲ ଲାଇଟ ଡିନର କରିଥାନ୍ତି ତେବେ ମତେ ନିଶ୍ଚୟ ପ୍ରପୋଜାଲ ମିଳି ପାରିଥାନ୍ତା ବୋଲି କହିଥିଲେ ସଲମାନ। ଭାରତର ପ୍ରମୋସନ ଜରିଆରେ ସଲମାନଙ୍କୁ ତାଙ୍କର ବିବାହକୁ ନେଇ ଦୁଃଖିତ କି ନାହିଁ ପ୍ରଶ୍ନ କରାଯାଇଥିଲା। ସଲମାନ ଉତ୍ତରରେ କହିଥିଲେ- ହଁ ଦୁଃଖ ଲାଗେ କି ଆଜି ପର୍ୟ୍ୟନ୍ତ କୌଣସି ବି ଝିଅ ବିବାହ ପାଇଁ ମତେ ମନା କରିନାହାନ୍ତି।