ମୁମ୍ବାଇ() କୋର୍ଟରେ ହାଜର ହେଲେନି ସଲମାନ ଖାନ । କୃଷ୍ଣସାର ହରିଣ ଶିକାର ମାମଲାରେ ଶୁକ୍ରବାର ରାଜସ୍ଥାନର ଯୋଧପୁର କୋର୍ଟରେ ହାଜର ହୋଇନାହାନ୍ତି ବଲିଉଡ୍ ଅଭିନେତା ସଲମାନ୍ ଖାନ୍। ତାଙ୍କ ଓକିଲ ହସ୍ତିମଲ ସାରସ୍ବତ କହିଛନ୍ତି ସଲମାନ କୋର୍ଟରେ ଉପସ୍ଥିତ ରହିବେ ନାହିଁ। ଏହି ମାମଲାର ଆଗାମୀ ଶୁଣାଣି ଡିସେମ୍ବର ୧୯ରେ କରାଯିବ।
ସୂଚନାଯୋଗ୍ୟ, ଯୋଧପୁର କୋର୍ଟ ୫ ବର୍ଷ ତଳେ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ହେଲେ ଏଯାଏ ସଲମାନ ଖାନ୍ ଗୋଟିଏ ଥର ବି ଏଠାରେ ହାଜର ହୋଇ ନାହାନ୍ତି।
୧୯୯୮ରେ ବଲିଉଡ୍ ଫିଲ୍ମ୍ ‘ହମ ସାଥ ସାଥ ହୈ’ର ଶୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଅକ୍ଟୋବର ୧୨ରେ ସଲମାନ ଏହି ମାମଲାରେ ପ୍ରଥମଥର ପାଇଁ ଗିରଫ ହୋଇ ଜାମିନ୍ ପାଇ ଯାଇଥିଲେ। ଏହାପରେ ୨୫ ଏପ୍ରିଲ ୨୦୧୮ରେ ସଲମାନ ଖାନଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା। ସଜା ବିରୋଧରେ ସଲମାନ ଖାନ୍ କୋର୍ଟରେ ଅପିଲ୍ କରିଛନ୍ତି। ଏବେ ମାମଲାର ଶୁଣାଣି ଚାଲିଛି।