ମୁମ୍ବାଇ() ସୁପରଷ୍ଟାର ସଲମାନ୍ ଖାନ ଆସନ୍ତା ଶୁକ୍ରବାର ଅର୍ଥାତ ୨୭ ସେପ୍ଟେମ୍ବରରେ କୃଷ୍ଣସାର ମୃଗ ଶିକାର ମାମଲାରେ ଯୋଧପୁର ସେସନ୍ ଓ ଜିଲା କୋର୍ଟରେ ହାଜର ହେବେ। ହେଲେ ଶୁଣାଣି ପୂର୍ବରୁ ସଲମାନଙ୍କୁ ସୋସିଆଲ ମିଡିଆରେ ଜଣେ ୟୁଜର ମାରିବାକୁ ଧମକ ଦେଇଛନ୍ତି।
ଗେରୀ ଶୁଟର ନାମରେ ଏକ ଫେସବୁକ୍ ଆକାଉଣ୍ଟରୁ ଏକ ଧମକ୍ ପୂର୍ଣ୍ଣ ପୋଷ୍ଟ କରାଯାଇଛି। ସୋପୁ ଗ୍ରୁପ୍ ନାମକ ଏକ ଫେସବୁକ୍ ଗ୍ରୁପ୍ରେ ଏକ ପୋଷ୍ଟ କରାଯାଇଛି। ପୋଷ୍ଟରେ ଆକାଉଣ୍ଟଧାରୀ ସଲମାନଙ୍କୁ ଧମକ୍ ଦେଇ ଲେଖିଛନ୍ତି, ଭାରତୀୟ ଆଇନ ବ୍ୟବସ୍ଥାରୁ ତୁମେ ମୁକୁଳିଯାଇପାରିବ ସଲମାନ୍ କିନ୍ତୁ ବିଷ୍ଣୋୟୀ ସମାଜର ଆଇନ ହାତରୁୁ ଖସିଯାଇପାରିବ ନାହିଁ। ସୋପୁ ସମାଜର ଆଇନ ଅନୁସାରେ ତୁମେ ଦୋଷୀ ସାବ୍ୟସ୍ତ ହୋଇସାରିଛ ଏବଂ ତୁମକୁ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛି।