ମୁମ୍ବାଇ() ଲକ୍ଷ ଲକ୍ଷ ଦର୍ଶକଙ୍କ ଦିଲରେ ରାଜ କରନ୍ତି ଅଭିନେତ୍ରୀ ସପନା ଚୌଧୁରୀ । ତାଙ୍କର ଡାନ୍ସ ଷ୍ଟେପ ଫେମସ ହେବା ସହ ଯେଉଁ ଗୀତରେ ସେ ପ୍ରଦର୍ଶନ କରନ୍ତି ସେ ଗୀତ ସୁପରହିଟ୍ ହୋଇଯାଏ। ହେଲେ କାହିଁକି ଏହି ହଟ ଅଭିନେତ୍ରୀ ସାଲୱାର ସୁଟ୍ ପିନ୍ଧି ଡାନ୍ସ କରନ୍ତି । ଏହାର କାରଣ ଜାଣନ୍ତୁ।
ସାକ୍ଷାତକାରରେ ସପନାଙ୍କୁ ତାଙ୍କର ସବୁ ଲୁକ୍ ବିଷୟରେ ପଚାରାଯାଇଥିଲା। ସାଲୱାର ପିନ୍ଧି ନାଚିଲେ ସେ ଅଧିକ କମ୍ଫର୍ଟ ଅନୁଭବ କରନ୍ତି।ତାଙ୍କ ସୋରେ ଅନେକ ପରିବାର ଲୋକେ ମଧ୍ୟ ସାମିଲ ହୁଅନ୍ତି। ଏଥିପାଇଁ ତାଙ୍କୁ ସାଲୱାର ସୁଟ୍ ପିନ୍ଧି ଡାନ୍ସ କରିବା ପାଇଁ ଭଲ ଲାଗେ ବୋଲି ସପନା କହିଛନ୍ତି।ସପନାଙ୍କ ଷ୍ଟେଜ ସୋରେ ବହୁତ ଅଧିକ ଭିଡ ଥାଏ।
ସୋ ପରେ ନିଜ ବ୍ୟକ୍ତିଗତ ଜୀବନରେ ସେ ଅନେକ ଷ୍ଟାଇଲିସ୍ ଡ୍ରେସ ପିନ୍ଧନ୍ତି। ସେ ୱେଷ୍ଟର୍ନ ପୋଷାକ ପିନ୍ଧିବାକୁ ମଧ୍ୟ ଭଲ ପାଆନ୍ତି।
ସପନାଙ୍କ ପପୁଲାରିଟି ହରିଆଣାରୁ ନେଇ ସମଗ୍ର ଦେଶରେ ଛାଇଯାଇଛି।