Odia News Portal

ସାରା ଖାନଙ୍କୁ କରୋନା

ଅଭିନେତ୍ରୀ ସାରା ଖାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ସାରା ଇନଷ୍ଟାଗ୍ରାମରେ ପୋଷ୍ଟ କରି ପ୍ରଶଂସକଙ୍କୁ ଏବିଷୟରେ ସୂଚନା ଦେଇଛନ୍ତି।ସାରା ଲେଖିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଆଜି ତାଙ୍କ କରୋନା ଟେଷ୍ଟ ପଜିଟିଭ ଆସିଛି। ଅଥୋରିଟି ଏବଂ ଡାକ୍ତର ତାଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବାକୁ କହିଛନ୍ତି। ସେ ଭଲ ଅନୁଭବ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ଠିକ୍ ହେବାର ଆଶା ରଖିଛନ୍ତି। ସାରାଙ୍କ ଏହି ପୋଷ୍ଟରେ ପ୍ରଶଂସକ ସମେତ ସେଲେବ୍ସମାନେ ରିଆକ୍ଟ କରିଛନ୍ତି।

ସମସ୍ତେ ସାରାଙ୍କୁ ଆରାମ କରିବାକୁ ଏବଂ ଶୀଘ୍ର ଆରୋଗ୍ୟ ହେବାକୁ କହିଛନ୍ତି।ସାରା ୨୦୦୭ମସିହାରେ ଶୋ ସପନା ବାବୁଲ କାଟ୍ଟବିଦାଇରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଅନେକ ରିୟଲିଟି ଶୋରେ ନଜର ଆସିଥିଲେ।