Odia News Portal

ମା’ଙ୍କ ଫିଲ୍ମରେ ଝିଅ

ମୁମ୍ବାଇ()  ବଲିଉଡ୍ରେ ଏବେ ଫିଲ୍ମ ରିମେକ୍ର ସିଜିନ୍ ଚାଲିଛି। ତେବେ ମଜେଦାର କଥା ଏହା ଯେ, ଯେଉଁ ଫିଲ୍ମ ରିମେକ୍ରେ ସାରା ନଜର ଆସିବେ ସେହି ଫିଲ୍ମର ପ୍ରଥମ ଭାଗରେ ମାଆ ଅମ୍ରିତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା। ସାରାଙ୍କୁ ନିଜ ମାଆ ଅମ୍ରିତାଙ୍କର ଏକ ହିଟ୍ ଫିଲ୍ମର ରିମେକ୍ ପାଇଁ ଅଫର୍ ମିଳିଛି।’ଚମେଲୀ କି ସାଦି’ର ରିମେକ୍ ପାଇଁ ସାରାଙ୍କୁ ଅଫର୍ ଦିଆଯାଇଛି। ଫିଲ୍ମ ‘ଚମେଲୀ କି ସାଦି’ ୧୯୮୬ ମସିହାରେ ରିଲିଜ୍ ହୋଇଥିଲା।

ଅମ୍ରିତା ସିଂଙ୍କ ସହ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅନିଲ କପୁରଙ୍କୁ ଦେଖିବାକୁ ମିଳିଥିଲା। ମାଆ ଅମ୍ରିତା ସିଂଙ୍କ ହିଟ୍ ଫିଲ୍ମ ‘ଚମେଲୀ କି ସାଦି’ର ରିମେକ୍ରେ ସାରା ଅଭିନୟ କରିବେ କି ନାହିଁ ତାହା ଏଯାଏଁ ଜଣାପଡିନାହିଁ।