Odia News Portal

ଫାର୍ମ ହାଉସକୁ ୩କୋଟି ଜରିମାନା

ମୁମ୍ବାଇ() ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍ସ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ହେଉଛନ୍ତି ଶାହରୁଖଙ୍କ ଶାଶୁ ସବିତା ଓ ଶାଳୀ ନମିତା ଛିବା। ମୁମ୍ବାଇ ଅଲିବାଗର ଥାଲରେ ସବିତାଙ୍କ ଏକ ବିଳାସପୁର୍ଣ୍ଣ ବଙ୍ଗଳା ସହ ଫାର୍ମ ହାଉସ୍ ରହିଛି।

ସୂଚନା ମୁତାବକ ୨୦୧୮ରେ ୧.୩ ହେକ୍ଟରରେ ତିଆରି ହୋଇଥିବା ଏହି ଫାର୍ମ ହାଉସ୍ରେ ଏକ ସୁଇମିଂ ପୁଲ୍ ଓ ହ୍ୟାଲିପ୍ୟାଡ ମଧ୍ୟ ରହିଛି। ଏଠାରେ ବଲିଉଡ୍ର କେତେକ ହାଇ ପ୍ରୋଫାଇଲ୍ ପାର୍ଟି ଆୟୋଜିତ ହୋଇଥାଏ। ଏଥିରେ ଶାହରୁଖଙ୍କ ୫୨ତମ ବାର୍ଥ ଡେ’ ପାର୍ଟି ମଧ୍ୟ ସାମିଲ ଅଛି।