Odia News Portal

ଧର୍ମକୁ ନେଇ ଏମିତି କହିଲେ ଶାହାରୁଖ

ମୁମ୍ବାଇ () ବଲିଉଡ୍ର କିଙ୍ଗ୍ ଖାନ୍ ଅର୍ଥାତ୍ ଶାହାରୁଖ ଖାନ୍ଙ୍କ ଏକ ଭିଡିଓ ଏବେ ବେଶ୍ ଭାଇରାଲ୍ ହେଉଛି। ଶାହାରୁଖଙ୍କ ଏହି ଭିଡିଓ ଯିଏ ଦେଖୁଛି ସେ ତାଙ୍କୁ ପ୍ରଶଂସା ନ କରି ରହିପାରୁ ନାହାନ୍ତି।
ବଲିଉଡ୍ ନିର୍ଦ୍ଦେଶକ ଅନୁଭବ ସିହ୍ନା ଏହି ଭିଡିଓଟିକୁ ନିଜ ଟ୍ୱିଟର୍ ପେଜ୍ରେ ଶେଆର କରିଛନ୍ତି। ଏଥିରେ ଶାହାରୁଖ କହିଛନ୍ତି, “ଆମେ କେବେ ବି ହିଦୁ-ମୁସଲ୍ମାନ୍ର କଥା ହୋଇନୁ। ମୋ ସ୍ତ୍ରୀ ହିନ୍ଦୁ ଓ ମୁଁ ହେଲି ମୁସଲ୍ମାନ୍। ଆଉ ଆମ ପିଲାମାନେ ହେଉଛନ୍ତି ହିଦୁସ୍ତାନ୍।”

ଶାହାରୁଖ ନିଜ ପିଲାମାନଙ୍କ ବିଷୟରେ ଆହୁରି କହିଛନ୍ତି, “ଅନେକଥର ଏପରି ହୋଇଛି ଯେତେବେଳେ ପିଲାମାନେ ସ୍କୁଲ ଗଲେ ସେମାନଙ୍କ ଫର୍ମରେ ଧର୍ମ ଲେଖିବାକୁ ହୁଏ। ମୋ ଝିଅ ଯେତେବେଳେ ଛୋଟ ଥିଲା ସେ ବହୁତ ଥର ମୋତେ ପଚାରିଥିଲା ଯେ ଆମେ କେଉଁ ଧର୍ମର? ଆଉ ମୁଁ ସବୁବେଳେ କହେ ଯେ ଆମେ ଭାରତୀୟ। ଆମର କୌଣସି ଧର୍ମ ନାହିଁ କି ରହିବା ବି ଉଚିତ୍ ନୁହେଁ।”

ଶାହାରୁଖଙ୍କ ଏହି ଭିଡିଓଟି ହେଉଛି ରିଆଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍’ର। ନିକଟରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେ ଏହି ଶୋ’ରେ ଅତିଥି ଭାବେ ଯୋଗ ଦେଇଥିଲେ ଓ ନିଜ ଜୀବନ ସହ ଜଡ଼ିତ ଅନେକ କଥା ଶେଆର କରିଥିଲେ।