Odia News Portal

୧୩ ବର୍ଷ ପରେ ଅଭିନୟ ଜଗତକୁ ଫେରିଲେ ଶିଳ୍ପା

ମୁମ୍ବାଇ ()  ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୩ ବର୍ଷ ପରେ ଶିଳ୍ପା ଶେଟ୍ଟୀ ପୁଣି ବଲିଉଡ୍ ଫେରୁଛନ୍ତି। ସବୀର ଖାନ୍ଙ୍କ ଫିଲ୍ମ ‘ନିକମା’ରେ ସେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଦିନ ଶୁଟିଂର ଏକ ଫଟୋ ସୋସିିଆଲ ମିଡିଆରେ ଶିଳ୍ପା ଶେୟାର କରିଛନ୍ତି। ଏହି ଫଟୋରେ ଶିଳ୍ପା, ଅଭିମନ୍ୟୁ ଦଶାନୀ ଏବଂ ସବୀରଙ୍କୁ ଦେଖିବାକୁ ମିଳିଛି। ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର କରି ଶିଳ୍ପା ଲେଖିଛନ୍ତି, ‘ସେଟ୍କୁ ପୁଣି ଥରେ ଫେରିଛି। ଫିଲ୍ମ ‘ନିକମା’ରେ ଅବନୀ ଭୂମିକାରେ ଅଭିନୟ କରୁଛି। ବହୁତ ମିସ୍ କରୁଥିଲି ଏସବୁ। ଏବେ ବହୁତ ଖୁସି।