ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଫିଟ୍ନେସ୍ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି। ଫିଟ୍ନେସ୍ କ୍ଷେତ୍ରରେ ସେ କୌଣସି କମ୍ପ୍ରୋମାଇଜ୍ କରୁ ନଥିବା ବେଳେ ଏନେଇ ସେ ଲୋକଙ୍କୁ ବି ବିଭ୍ରାନ୍ତ କରିବା ପାଇଁ ଚାହାନ୍ତି ନାହିଁ। ଖାସ୍ ସେଥିପାଇଁ ତ ସେ ନିକଟରେ ଏକ ୧୦ କୋଟି ଟଙ୍କାର ବିଜ୍ଞାପନ ଅଫର୍କୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
ଶିଳ୍ପାଙ୍କୁ ଏକ କମ୍ପାନୀ ଆୟୁର୍ବେଦିକ୍ ସ୍ଲିମିଂ ପିଲ୍ (ପତଳା ହେବାକୁ ବଟିକା)ର ବିଜ୍ଞାପନ କରିବାକୁ ଅଫର୍ ଦେଇଥିଲା। ଏଥିପାଇଁ କମ୍ପାନୀ ତାଙ୍କୁ ୧୦ କୋଟି ଟଙ୍କା ଯାଚି ଥିଲା। ହେଲେ ଶିଳ୍ପା ଏହି ଅଫର୍କୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।
ଶିଳ୍ପା କହିଛନ୍ତି ଯେ, ସେ ଏପରି କୌଣସି ଜିନିଷର ବିଜ୍ଞାପନ କରିବେ ନାହିଁ ଯାହା ଉପରେ ସେ ନିଜେ ବିଶ୍ୱାସ କରନ୍ତି ନାହିଁ। ଯେକୌଣସି ସ୍ଲିମିଂ ପିଲ୍ ଲୋକଙ୍କୁ କମ୍ ସମୟରେ ପ୍ରଭାବ ଦେଖାଇବାର ଲୋଭ ଦେଖାଏ। ହେଲେ ଏକ ସନ୍ତୁଳିତ ଜୀବନଶୈଳୀ ଓ ଖାଦ୍ୟପେୟରେ ଯେଉଁ ଗର୍ବ ଅନୁଭବ ହୁଏ, ତା’ର ମୁକାବିଲା ଆଉ କେହି କରିପାରିବେ ନାହିଁ।
