ବଲିଉଡରେ ଏବେ ଅଧିକାଂଶ ଚଳଚ୍ଚିତ୍ର ଅନେକ ଷ୍ଟାରଙ୍କ ବାୟପିକ୍ ଦ୍ୱାରା ପରଦାରେ ସିନେମା ଭାବେ ଦେଖାଯାଉଛି। ସେହିଭଳି ବିବାଦରେ ରହୁଥିବା ଶାଇନୀ ଅହୂଜା ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ତାଙ୍କ ରିଅଲ ଲାଇଫ ଉପରେ ଚଳଚ୍ଚିତ୍ର ହେବାକୁ ଯାଉଛି। ତେବେ ୨୦୦୯ ମସିହାରେ ଶାଇନୀ ତାଙ୍କ ଘରେ କାମ କରୁଥିବା ଚାକରାଣୀଙ୍କ ସହ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଥିଲା । ଶାଇନୀଙ୍କ ଚାକରାଣୀ ନିଜେ ଏହି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ଏହି ଘଟଣା ହେବା ସମୟରେ ଶାଇନୀ ଘରେ ଏକା ଥିଲେ। ସେ ତାଙ୍କୁ ବେଡରୁମକୁ ଡାକି ତାଙ୍କ ସହ ଜବରଦସ୍ତି କରିଥିଲେ। ସେହି ସମୟରେ ଏହି ଘଟଣା ଅନେକ ବିବାଦ ସୃଷ୍ଟି କରିଥିଲା।
ଏହି ଅଭିଯୋଗ ପରେ ଶାଇନୀ ଅହୂଜାଙ୍କ କ୍ୟାରିଅର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। “ୱେଲକମ ବ୍ୟାକ୍” ଚଳଚ୍ଚିତ୍ରରୁ ସେ ପରଦାରେ ପୁଣି ଦେଖିବାକୁ ମିଳିଥିଲେ। ପ୍ରଯୋଜକ କୁମାର ମଂଗତ ଶାଇନୀଙ୍କ ଜୀବନ ଉପରେ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି। କିନ୍ତୁ ଯେତେବେଳେ ପବ୍ଲିକେସନ କୁମାର ମଂଗତଙ୍କୁ ଏହି ବିଷୟରେ ପ୍ରଶ୍ନ କରିଥିଲେ ସେ ଏମିତି ଫିଲ୍ମ କରିବେନି ବୋଲି ମନା କରିଥିଲେ ଓ ଏହା ଏକ ଶିକ୍ରେଟ ବୋଲି କହିଥିଲେ କୁମାର।