Odia News Portal

ନିଜଠୁ ୨୧ବର୍ଷ ବଡ଼ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ତ ଆପଣ ଜାଣିଥିବେ। ଶ୍ରଦ୍ଧା କପୁର ବଲିଉଡରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଅଭିନୟ ଫ୍ୟାନଙ୍କୁ ଆକୃଷ୍ଟ କରିଥାଏ। ଯେକୈାଣସି ଅବସର ହୋଇଥାଉନା କାହିଁକି ଶ୍ରଦ୍ଧା ସବୁବେଳେ ଗ୍ଲାମରସ୍ ଲୁକରେ ନଜର ଆସିଥାଆନ୍ତି। କିନ୍ତୁ ଆଜି ଆମେ ଜାଣିବା ଶ୍ରଦ୍ଧା କପୁର ନିଜଠୁ ବଡ଼ ଏହି ଅଭିନେତାଙ୍କୁ ଭଲପାଇ ବସିଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।

ଏକ ସାକ୍ଷାତକାରରେ ଶ୍ରଦ୍ଧା କପୁର କହିଥିଲେ ସେ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଫ୍ୟାନ୍। ଏହା ସହ ସେ ଏହା ମଧ୍ୟ କହିଥିଲେ ସେ ସଲମାନ ଖାନଙ୍କ ଉପରେ ଫିଦା। ଯେତେବେଳେ ଶ୍ରଦ୍ଧାଙ୍କୁ ପଚରାଯାଇଥିଲା ଯେ ସେ କେଉଁଭଳି ପୁଅଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଶ୍ରଦ୍ଧା ଏହାର ଉତ୍ତରରେ କହିଥିଲେ ଯେ ଯିଏ ବହୁତ ଭଲ ହୋଇଥିବ ଏବଂ ସମସ୍ତଙ୍କୁ ସମ୍ମାନ ଦେଉଥିବ ଏବଂ ବିବାହ ଭଳି ବନ୍ଧନକୁ ଭଲ ଭାବେ ବୁଝିପାରୁଥିବ ଠିକ୍ ସେହିପରି ପୁଅଙ୍କୁ ସେ ବିବାହ କରିବେ। ଏବଂ ସେସବୁ ଗୁଣ ସଲମାନ ଖାନଙ୍କ ଭିତରେ ରହିଛି।

ଏହି ସାକ୍ଷାତକାର ପାଇଁ ଶ୍ରଦ୍ଧା ଖୁବ୍ ଚର୍ଚ୍ଚାରେ ଅଛନ୍ତି କାରଣ ତାଙ୍କ ଫ୍ୟାନ୍ ଖୁସି ଅଛନ୍ତି ଯେ ସେ ସଲମାନଙ୍କ ଉପରେ ଫିଦା। ବାସ୍ତବରେ ଶ୍ରଦ୍ଧା ସଲମାନଙ୍କୁ ବହୁତ ପସନ୍ଦ କରନ୍ତି। ଏବେ ଦେଖିବାକୁ ବାକି ରହିଲା ସଲମାନ ଖାନ୍ ତାଙ୍କ ପ୍ରଶ୍ନର କ’ଣ ଉତ୍ତର ଦେଉଛନ୍ତି।