୬୪ ବର୍ଷୀୟ ଅଜିଜ୍ ଆଜି ମଧ୍ୟାହ୍ଣରେ ହୃଦଘାତରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଝିଅ ସାନା ଏକଥା ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଅଜିଜ ସୋମବାର ରାତିରେ କୋଲକାତାରେ ଥିଲେ।
ଆଜି ସକାଳୁ ସେ ମୁମ୍ବାଇ ଆସିଥିଲେ। କିନ୍ତୁ ଅପରାହ୍ଣ ପ୍ରାୟ ୩ଟା ବେଳେ ତାଙ୍କ ଦେହ ଖରାପ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ମହମ୍ମଦ ଅଜିଜ୍ଙ୍କ ପୂରା ନାଁ ହେଉଛି ସୟଦ ମହମ୍ମଦ ଅଜିଜ ଉନ୍ ନଵୀ। ସେ ୧୯୫୪ ମସିହା ଜୁଲାଇ ୨ରେ ପଶ୍ଚିମବଙ୍ଗର ଅଶୋକ ନଗରରେ ଜନ୍ମ ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନ କ୍ଲାସିକାଲ, ପପ୍, ଜ୍ୟାଜ୍ ଆଦି ସବୁ ଶ୍ରେଣୀର ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ। ସେ ୧୯୮୨ରୁ ୨୦୧୮ ପର୍ୟ୍ୟନ୍ତ ନିଜକୁ ଜଣେ ପ୍ଳେବ୍ୟାକ୍ ସିଙ୍ଗର ଭାବେ ଗଢ଼ି ତୋଳିବା ସହ ଲକ୍ଷ ଲକ୍ଷ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ।
କେବଳ ବଲିଉଡ୍ ନୁହେଁ ଓଡ଼ିଆ ଓ ବେଙ୍ଗଲୀ ଭାଷାରେ ସେ ଏକାଧିକ ଆଲବମ, ଭଜନ ଓ ଫିଲ୍ମ ପାଇଁ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଥିଲେ। ଓଡ଼ିଆରେ ସେ ଗାଇଥିବା ଫିଲ୍ମ ଗୀତ ‘ରୂପା ଶଗଡିରେ ସୁନା କନିଆ’ ଓଡ଼ିଶାରେ ବିପୁଳ ଲୋକପ୍ରିୟତା ପାଇଥିଲା।
Sign in
Sign in
Recover your password.
A password will be e-mailed to you.