Odia News Portal

ବିଦେଶୀମୁଦ୍ରା ଚୋରା କାରବାର ଅଭିଯୋଗରେ ରାହତ ଫତେ ଅଲ୍ଳୀଖାନ

ବେନିମୟଭାବେ ସେ ବିଦେଶୀ ମୁଦ୍ରାର ଚୋରା କାରବାର କରୁଥିବା ଅଭିଯୋଗ ସୁଫି ଗାୟକ ରାହତ ଫତେ ଅଲ୍ଲୀ ଖାନ । ଏବେ ରାହତଙ୍କୁ ମିଳିଛି ପ୍ରର୍ବତନ ନିର୍ଦ୍ଦେଶାଳୟ ତଥା ଇଡିର ସମନ । ପାଖାପାଖି ୩ଲକ୍ଷ ୪୦ହଜାର ଭାରତୀୟ ମୁଲ୍ୟର ଆମେରୀକୀୟ ମୁଦ୍ରା ରାହତଙ୍କ ପାଖରେ ଥିବା ଅଭିଯୋଗ ହୋଇଛି । ସେଥିମଧ୍ୟରୁ ପ୍ରାୟ ୨ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସେ ଭାରତରେ ହିଁ ବେନିମୟଭାବେ କାରବାର କରିଥିବା ସୂଚନା ଦେଇଛି ପୁଲିସ ।
ଅଭିଯୋଗ ଆସିବା ପରେ ରାହତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ଜବାବ ମାଗିଛି ଇଡି । ତେବେ ଜେରା ସମୟରେ ଇଡିକୁ ଯଦି ସନ୍ତୋଷଜନକ ଉତର ନମିଳେ ତେବେ ରାହତଙ୍କ ଉପରେ ଜରିମାନ ଲାଗିବା ସହ ଭାରତରେ ତାଙ୍କ ରହଣୀକୁ ନେଇ ମଧ୍ୟ କଟକଣା ଲାଗିବା ସମ୍ଭାବନା ରହିଛି । ୨୦୧୧ ମସିହାରେ ଦିଲ୍ଲୀ ଅର୍ନ୍ତଜାତୀୟ ବିମାନମନ୍ଦରରୁ ମଧ୍ୟ ୩ଲକ୍ଷ ମୂଲ୍ୟର ବିଦେଶୀମୁଦ୍ରା ଜବତ କରାଯାଇଥିଲା । ଯାହାକି ତାଙ୍କ ମ୍ୟାନେଜର ବିଦେଶରୁ ଦିଲ୍ଲୀ ନେଇ ଫେରୁଥିବା ସମୟରେ ଧରାପଡିଥିଲେ । ତେବେ ମ୍ୟାନେଜରଙ୍କ ଅଚାନକ ମୃତ୍ୟୁ ଯୋଗୁଁ ମାମଲାର ତଦନ୍ତରେ ବିଳମ୍ବ ହୋଇଥିଲା ।