ମୁମ୍ବାଇ() ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶେଖର ରବିଜାନୀଙ୍କ ଏକ ଫଟୋ । ଶେଖର ଟୁଇଟରରେ ଏକ ବିଲକୁ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ୩ଟି ଅଣ୍ଡାର ଦର ବନ୍ଧୁମାନଙ୍କୁ ସେୟାର କରିଛନ୍ତି ।

ଶେଖର ୩ଟି ଅଣ୍ଡାର ବିଲ ପାଇଁ ୧୬୭୨ଟଙ୍କା ଦେଇଛନ୍ତି । ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ପୂର୍ବରୁ ଚଣ୍ଡିଗନର ଜେଡବ୍ଳୁ ମେରିୟଟ ହୋଟେଲରେ ଅଭିନେତା ରାହୁଲ ବୋସ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ । ଏହା ପରେ ଚଣ୍ଡିଗଡ଼ ଅବକାରୀ ବିଭାଗ ସଂପୃକ୍ତ ହୋଟେଲ ଉପରେ ୨୫ ହଜାର ଟଙ୍କା ଜରିମାନ ଦଣ୍ଡ ଆଦେଶ ଦେଇଥିଲା ।
