ମୁମ୍ବାଇ() ଶିଳ୍ପା ସେଟ୍ଟି ସବୁବେଳେ ନିଜର ଫିଟନେଟକୁ ନେଇ ଚର୍ଚ୍ଚାରେ। ଏବେ ଶିଳ୍ପା ଫିଲ୍ମ ‘ନିକମ୍ମେ ଏବଂ ହଙ୍ଗାମା୨ ’ ଜରିଆରେ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଟିଭି ଇଣ୍ଡଷ୍ଟ୍ରୀରେ ଶିଳ୍ପା ସବୁବେଳେ ସକ୍ରିୟ ଥାଆନ୍ତି। ଶିଳ୍ପା ସବୁବେଳେ ଡ୍ୟାନ୍ସ ରିଆଲିଟ ଶୋ ‘ସୁପର ଡ୍ୟାନ୍ସର ଚାପ୍ଟର ୩’ରେ ଜଜ୍ ଭାବେ ନଜର ଆସିଥିଲେ। ଏହି ସେଟରେ ସମୁବେଳେ ମସ୍ତି ମଜାକ କରୁଥିବା ନଜର ଆସିଛନ୍ତି ଶିଳ୍ପା। କିନ୍ତୁ ହୋଲି ଅବସରେ ଶିଳ୍ପା କିଛି ନୂଆ କରିବେନି, ତାହା କିପରି ସମ୍ଭବ।
https://www.instagram.com/p/BRkjE5lgAcB/?utm_source=ig_embed&utm_campaign=embed_video_watch_again
ଶିଳ୍ପା ହୋଲି ପାର୍ଟିରେ ଭାଙ୍ଗ ଖାଇ ନାଗିନ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। ଏହି ପାର୍ଟିରେ ତାଙ୍କ ସହିତ କିଛି ବନ୍ଧୁ ମଧ୍ୟ ହୋଲି ଖେଳୁଥିବା ନଜର ଆସିଛନ୍ତି। ଶିଳ୍ପା ୨୦୧୭ରେ ଏପରି ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। ଯାହାକୁ ଏବେ ରାଜ ଇନଷ୍ଟାରେ ସେୟାର କରିଛନ୍ତି।ଏହି ଭିଡିଓରେ ଶିଳ୍ପା ଭାଙ୍ଗ ସର୍ବତ ପିଇ ନାଗିନ ଡ୍ୟାନ୍ସ କରୁଥିବା ନଜର ଆସିଥିଲେ। ଏହି ଭିଡିଓକୁ ସମିତା ସେଟ୍ଟୀ ସୁଟିଂ କରୁଥିଲେ। ସୂଚନାଯୋଗ୍ୟ, ଶିଳ୍ପା ରାଜକୁ ୨୦୦୯ରେ ବିବାହ କରିଥିଲେ।
