Odia News Portal

ସାଙ୍ଗକୁ ଧୋକା ଦେଇ ସାଂଗର ସ୍ବାମୀଙ୍କୁ ବାହା ହୋଇଥିଲେ ସ୍ମୃତି

ପିଲାଦିନର ସ୍ବପ୍ନକୁ ପୂରଣ କରିବା ପାଇଁ ଦିଲ୍ଲୀରେ ପାଠପଢ଼ା ସମାପ୍ତ କରି ୨୨ବର୍ଷ ବୟସରେ ମୁମ୍ବାଇ ଆସିଥିଲେ ସ୍ମୃତି ଇରାନୀ । ମୁମ୍ବାଇରେ ମଡେଲିଂ କରିବା ପରେ ସେ ଟିଭି ଇଣ୍ଡଷ୍ଟ୍ରିକୁ ଆସି ଟିଭି ଶୋରେ କାମ କରିଥିଲେ। ସ୍ମୃତି ମାଲହୋତ୍ରାଙ୍କ ପରିବାର ରୂଢ଼ିବାଦୀ ବିଚାରଧାରା ସମ୍ପନ୍ନ ଥିଲା। ଏଥିପାଇଁ ତାଙ୍କୁ ଘରଲୋକେ ତାଙ୍କ ମଡେଲିଂ କରିବା ପାଇଁ ସହମତି ଦେଉନଥିଲେ। ସେ ନିଜର ମଡେଲ୍ ହେବାର ସ୍ବପ୍ନକୁ ସାକାର କରିବା ପାଇଁ ନିଜ ଘର ଛାଡ଼ି ଦେଇଥିଲେ ଏବଂ ମୁମ୍ବାଇକୁ ଆସି ମଡେଲିଂ କରିବା ଆରମ୍ଭ କରିଦେଇଥିଲେ।

ସେହି ସମୟରେ ସ୍ମୃତି ମାଲହୋତ୍ରାଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ସେ ଏକ ରେଷ୍ଟୁରାଣ୍ଟରେ କାମ କରିଥିଲେ। ରେଷ୍ଟୁରାଣ୍ଟରେ କାମ କରୁଥିବାବେଳେ ସେ ଜଣେ ପାରସୀ ମହିଳାଙ୍କୁ ଭେଟିଥିଲେ। ଏହି ପାରସୀ ମହିଳାଙ୍କ ସହ ସ୍ମୃତିଙ୍କ ଗଭୀର ବନ୍ଧୁତା ସ୍ଥାପନ ହୋଇଥିଲା। ତାଙ୍କ ନାଁ ମୋନା ଈରାନୀ ଥିଲା। ସେ ବହୁତ ଧନୀ ଥିଲେ। ମୋନା ଏକ ବିତ୍ତଶାଳୀ ଘରର ବୋହୂ ଥିଲେ। ତାଙ୍କର ଗୋଟିଏ ଝିଅ ଥିଲେ। ସେ ସମୟରେ ସ୍ମୃତି ଇରାନୀଙ୍କ ଅବସ୍ଥା ଏପରି ଥିଲା ଯେ ଫ୍ଲାଟର ଭଡ଼ା ଦେବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ଅଧିକାଂଶ ସମୟରେ ଫ୍ଲାଟର ଭଡ଼ା ମୋନା ଦେଉଥିଲେ।
ଏହା ପରେ ସ୍ମୃତିଙ୍କୁ ମୋନା ନିଜ ଘରେ ଆଶ୍ରୟ ଦେଇଥିଲେ ।

ହେଲେ ସ୍ମୃତି ତାଙ୍କ ଘରେ ରହୁଥିବାବେଳେ ମୋନାଙ୍କ ସ୍ବାମୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ ଏବଂ ମୋନାଙ୍କ ସାଂସାରିକ ଜୀବନକୁ ଉଜାଡ଼ି ଦେଇଥିଲେ। ମୋନାଙ୍କ ସ୍ବାମୀ ଜୁବିନ ଇରାନୀ ତାଙ୍କୁ ଛାଡ଼ପତ୍ର ଦେଇ ସ୍ମୃତିଙ୍କୁ ବିବାହ କରିଥିଲେ। ଏହାପରେ ମୋନା ଇରାନୀ ଘରୁ ବାହାରି ଯାଇଥିଲେ। ୨୦୦୧ମସିହାରେ ସ୍ମୃତି ତାଙ୍କୁ ବିବାହ କରିଥିଲେ ଏବଂ ସେହି ବର୍ଷ ତାଙ୍କର ଏକ ପୁଅ ହୋଇଥିଲା ଯାହାର ନାଁ ଜୋହର।