ଅଭିନେତା ଅଜୟ ଦେବଗନ୍ ଓ ତବୁଙ୍କୁ ନେଇ ହୋଇଥିବା ଏକ ମଜାଦାର ମିମ୍ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଇରାନୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଭିଡିଓଟିକୁ ସେୟାର୍ କରିଛନ୍ତି। ‘ଆୟିଏ ଆପ୍କା ଇନ୍ତେଜାର୍ ଥା..’ଗୀତର ଭିଡିଓରେ ତବୁ ଅଜୟ ଦେବଗନଙ୍କୁ ସ୍ୱାଗତ କରୁଥିବାର ଦୃଶ୍ୟକୁ ଦେଖାଇ ସବୁ ଲୋକ ସପ୍ତାହର ଶେଷ ଦିନକୁ ଏଭଳି ଭାବେ ସ୍ୱାଗତ କରିଥାନ୍ତି ବୋଲି ତୁଳନା କରିଥିବାର ଦେଖିବାକୁ ମିଳିଛି।
କିଭଳି ଭାବେ ପ୍ରତ୍ୟେକ ଲୋକ ସପ୍ତାହର ଶେଷ ଦିନକୁ ଅପେକ୍ଷା କରି ରହିଥାନ୍ତି ଇରାନୀ ଭିଡିଓ ଜରିଆରେ ତାହାକୁ ଦେଖାଇବାର ପ୍ରୟାସ କରିଛନ୍ତି। ଇରାନୀଙ୍କର ଏହି ଭିଡିଓଟିକୁ ୨୫,୬୯୬ ଲାଇକ୍ ମିଳିଥିବା ବେଳେ ୯୦୫ଟି କମେଣ୍ଟ୍ ମିଳିଛି।
