Odia News Portal

ତୃତୀୟ ଥର ବିବାହ କରିବେ ଏହି ଅଭିନେତ୍ରୀ

ଚର୍ଚ୍ଚାରେ ସ୍ନେହା ବାଘ । ସ୍ନେହା ଟେଲେଭିଜନ ଇଣ୍ଡଷ୍ଟ୍ରିର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ସେ ନିଜ କ୍ୟାରିଅରରେ ଅନେକ ସୁପରହିଟ୍ ସୋରେ ଅଭିନୟ କରିଛନ୍ତି। ତାଙ୍କ କାମକୁ ନେଇ ସମଗ୍ର ଇଣ୍ଡଷ୍ଟ୍ରିରେ ଖୁବ ପ୍ରଶଂସା କରିଥାଏ। ହେଲେ ଆଜିକାଲି ତାଙ୍କ ତୃତୀୟ ବିବାହ ଏବେ ହଟ୍ ଟପିକ୍ ହୋଇଛି।

ସ୍ନେହା ପ୍ରଥମେ ଜଣେ ମରାଠି ଅଭିନେତାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ଅନେକ ଝଗଡା ହେଉଥିଲା। ଫଳରେ ଦୁହେଁ ପରସ୍ପରଙ୍କୁ ଛାଡପତ୍ର ଦେଇଥିଲେ।

୨୦୧୫ ମସିହାରେ ସ୍ନେହା ଦ୍ବିତୀୟ ଥର ବିବାହ କରିଥିଲେ। ହେଲେ ଏହି ବିବାହରେ ମଧ୍ୟ ସେ ଖୁସି ନଥିଲେ। ବିବାହର ୩ ବର୍ଷ ପରେ ୨୦୧୮ ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ଏବେ ସ୍ନେହା ତାଙ୍କ ତୃତୀୟ ବିବାହ ପ୍ରସ୍ତୁତିରେ ବ୍ୟସ୍ଥ ଅଛନ୍ତି। ସେ ନିଜ ଇନ୍ଷ୍ଟା ଆକାଉଣ୍ଟରେ ଏହି ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି।