Odia News Portal

ସୋନାକ୍ଷୀଙ୍କ ନାହିଁ ସାଧାରଣ ଜ୍ଞାନ

ମୁମ୍ବାଇ()  ନିଜ ଅଭିନୟର ପାରଦର୍ଶିତା ପାଇଁ ସୋନାକ୍ଷୀ ବଡ଼ ବଡ଼ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ସୋନାକ୍ଷୀଙ୍କ ଦମ୍ଦାର ଅଭିନୟ ଓ ଦବଙ୍ଗଗିରି ପାଇଁ ପ୍ରଶଂସକ ତାଙ୍କୁ ବେଶ୍ ପସନ୍ଦ କରନ୍ତି।ସୋନାକ୍ଷୀ ବରିଷ୍ଠ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ।‘କୌନ୍ ବନେଗା କୋରଡ୍ପତି’ ସୋ’ରେ ଏକ୍ସପର୍ଟ ଭାବେ ସୋନାକ୍ଷୀ ଯୋଗ ଦେଇଥିଲେ। ସୋରେ ରାଜସ୍ଥାନର ରୁମା ଦେବୀଙ୍କ ସାହାଯ୍ୟ କରିବା ଲାଗି ସୋନାକ୍ଷୀ ସୋ ରେ ଭାଗ ନେଇଥିଲେ।ଏହି ସୋ ର ଉପସ୍ଥାପକ ତଥା ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏକ ସହଜ ପ୍ରଶ୍ନର ଉତ୍ତର ଦେଇନପାରି ସୋନାକ୍ଷୀ ହଟହଟା ହୋଇଥିଲେ।

ସୋନୀକ୍ଷୀଙ୍କ ପାଇଁ ପ୍ରଶ୍ନ ଥିଲା ‘ରାମାୟଣ କଥା ବସ୍ତୁ ଅନୁସାରେ ହନୁମାନ କାହା ପାଇଁ ସଞ୍ଜୀବନୀ ଜଡ଼ିବୁଟି ଆଣିବା ଲାଗି ଯାଇଥିଲେ? ଏହି ପ୍ରଶ୍ନର ଉତ୍ତର ଦେବା ଲାଗି ତାଙ୍କ ପାଖରେ ୪ଟି ଅପ୍ସନ ମଧ୍ୟ ଥିଲା। ୧- ସୁଗ୍ରୀବ, ୨- ଲକ୍ଷ୍ମଣ, ୩-ସୀତା ଓ ୪-ରାମ। ହେଲେ ସୋନାକ୍ଷୀ ଉତ୍ତର ଦେବା ପାଇଁ ସକ୍ଷମ ହୋଇନଥିଲେ। ସେ ପ୍ରଥମେ ସୀତା କହିଥିଲେ ଓ ତା’ ପରେ ରାମ ବୋଲି କହିଥିଲେ। ଯାହା ସମ୍ପୂର୍ଣ୍ଣ ଭୁଲ୍ ଉତ୍ତର ଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତାଙ୍କ ଘରର ନାମ ରାମାୟଣ ହୋଇଥିବା ବେଳେ ପରିବାରରେ ରାମାୟଣର ସମସ୍ତ ଚରିତ୍ରଙ୍କର ନାମ ରହିଛି। ଆଉ ତାଙ୍କୁ ହିଁ ରାମାୟଣ ସମ୍ପର୍କିତ ପ୍ରଶ୍ନର ଉତ୍ତର ଜଣା ନ ଥିବ ଏକଥା ଜାଣିବା ପରେ ଆଶ୍ଚର୍ୟ୍ୟ ହୋଇଥିଲେ ଅମିତାଭ।