ସୈାରଭ ଗାଙ୍ଗୁଲି ଏକ ଉଚ୍ଚକୋଟୀର ବ୍ୟାଟସମ୍ୟାନ ଥିଲେ କିନ୍ତୁ ବୋଲିଂରେ ବି ସେ କମ୍ ନଥିଲେ। ତାଙ୍କୁ ଟିମରେ ଦାଦା କହି ଡକାଯାଉଥିଲା। କ୍ରିକେଟ ବ୍ୟତୀତ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା। ଏକ ଅଭିନେତ୍ରୀଙ୍କ ପାଇଁ ପତ୍ନୀଙ୍କୁ ଛାଡ଼ିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ସେ।
୧୯୭୨ମସିହା ଜୁଲାଇ ୮ତାରିଖରେ ତାଙ୍କର ଜନ୍ମ ପଶ୍ଚିମ ବଙ୍ଗର ଏକ ଧନୀ ପରିବାରରେ ହୋଇଥିଲା। ସେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଥିଲେ ଏବଂ ସେ ଏବେ କମେଣ୍ଟେଟର ହୋଇ କ୍ରିକେଟ ସହ ଜଡ଼ିତ ହୋଇଛନ୍ତି। ସୈାରଭ କ୍ରିକେଟ ବ୍ୟତୀତ ନିଜର ଆଫେୟାରକୁ ମଧ୍ୟ ଚର୍ଚ୍ଚାରେ ଥିଲେ। ତାଙ୍କର ବିବାହ ୧୯୯୭ମସିହାରେ ଡୋନା ରାୟଙ୍କ ସହ ହୋଇଥିଲା କିନ୍ତୁ ସେ ୧୯୯୯ମସିହାରେ ସେ ଅଭିନତ୍ରୀ ନଗମାଙ୍କୁ ଭଲ ପାଇ ବସିଥିଲେ।
ନଗମା ଏବଂ ସୈାରଭଙ୍କ ପ୍ରଥମ ଦେଖା ମୁମ୍ବାଇର ଏକ କନଫରେନ୍ସରେ ହୋଇଥିଲା ଏବଂ ସେଠାରେ ତାଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ଏହି ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା ଏବଂ ପାଖାପାଖି ୨ବର୍ଷ ଯାଏଁ ସେମାନେ ପରସ୍ପରକୁ ଡେଟ୍ କରିଥିଲେ। ସୈାରଭ ନିଜ ପତ୍ନୀ ଡୋନାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇ ସାରିଥିଲେ କିନ୍ତୁ ଏହାର ପ୍ରଭାବ ଯେତେବେଳେ ତାଙ୍କ କ୍ୟାରିୟର ଉପରେ ପଡ଼ିଲା ସେତେବେଳେ ସେ ନଗମାଙ୍କୁ ଛାଡ଼ି ଦେଇଥିଲେ।
