Odia News Portal

ଜେଲର ଅନୁଭୂତି ବଖାଣିଲେ ଅଭିନେତ୍ରୀ ପାୟଲ ରୋହତଗୀ

ମୁମ୍ବାଇ()  ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦ ଘେରକୁ ଚାଲିଆସିଥିଲେ ଅଭିନେତ୍ରୀ ପାୟଲ ରୋହତଗି ।

ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଥିବା ବେଳେ ମଙ୍ଗଳବାର ରାଜସ୍ଥାନ କୋର୍ଟରୁ ତାଙ୍କୁ ଜାମିନ ମିଳିଛି। ତେବେ ଖବରଦାତାଙ୍କ ସହ କଥାବାର୍ତ୍ତା ସମୟରେ ପାୟଲ ଜେଲ୍ରେ କାଟିଥିବା ପ୍ରଥମ ରାତିର ଅନୁଭୂତିକୁ ଶେୟାର କରିଛନ୍ତି।

ପାୟଲ କହିଛନ୍ତି , ସେଠାରେ ପ୍ରବଳ ଥଣ୍ଡା ଥିବାବେଳେ ତାଙ୍କୁ ତଳେ ମସିଣା ପକାଇ ଶୋଇବାକୁ ପଡ଼ିଥିଲା। ଜେଲ୍ଟି ଅପରିଷ୍କାର ଏବଂ ଖାଇବା ବି ଭଲ ନ ଥିଲା। ସେ ବହୁତ ଡରି ଯାଇଥିବାରୁ ରାତିସାରା ତାଙ୍କୁ ନିଦ ମଧ୍ୟ ହୋଇ ନ ଥିଲା। ସେହିପରି ଜେନେରାଲ ଓ୍ବାର୍ଡରେ ତାଙ୍କ ସହ କେତେକ ମହିଳା ଅପରାଧୀ ରହିବା ସହ ହାର୍ଡକୋର ଅପରାଧୀ ମଧ୍ୟ ରହିଥିଲେ। ମହିଳା ଅପରାଧୀମାନେ ନିଜର ଅନୁଭୂତି ତାଙ୍କ ସହ ବାଣ୍ଟୁଥିବା ବେଳେ ସେ ଭାବବିହ୍ବଳ ହୋଇପଡ଼ିଥିଲେ ବୋଲି ପାୟଲ କହିଛନ୍ତି। ଏହି ଜେଲ୍ଦଣ୍ଡ ମୋର ପ୍ରଥମ ଏବଂ ଶେଷ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଜେଲ୍ରୁ ବାହାରିବା ପରେ ସେ ବେଶ୍ ଖୁସି ହେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।