Odia News Portal

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପୁସ୍ତକ

ମୁମ୍ବାଇ () ଅଭିନୟରେ ପାରଦର୍ଶିତା ଥିବା ଶ୍ରୀଦେବୀଙ୍କୁ ବଲିଉଡ୍ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ବୋଲି କୁହାଯାଏ। ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ୮୦ ଦଶକରେ ସେ ଦର୍ଶକଙ୍କୁ ଏମିତି କିଛି ଅଭିନୟ ଭେଟି ଦେଇଛନ୍ତି ଯାହା ଯୁଗ ଯୁଗ ଧରି ଜୀବନ୍ତ ହୋଇ ରହିବ। ତାଙ୍କ ଜୀବନୀକୁ ନେଇ ଲେଖାଯାଇଥିବା ପୁସ୍ତକରୁ ତାଙ୍କ ସମ୍ପର୍କରେ ଅନେକ ତଥ୍ୟ ମିଳିପାରିବ। ପେଙ୍ଗୁଇନ୍ ହାଉସ୍ ଇଣ୍ଡିଆ ଦ୍ୱାରା ଲିଖିତ ପୁସ୍ତକ ‘ଶ୍ରୀଦେବୀ: ଗର୍ଲ ଓମ୍ୟାନ ସୁପରଷ୍ଟାର’ ତାଙ୍କ ବିଷୟରେ ଅନେକ ଅଜଣା କଥା ଲୋକ ଲୋଚନକୁ ଆସିବ ବୋଲି ଜଣାପଡିଛି। ଏହାର ଲେଖକ ସତ୍ୟାର୍ଥ ନାୟକ କହିଛନ୍ତି ଶ୍ରୀଦେବୀ ପିଲାଦିନୁ ଅଭିନୟ କ୍ଷେତରେ ପାଦ ରଖିଥିଲେ। ଆଉ ଶେଷ ପର୍ୟ୍ୟନ୍ତ ସେ ଅଭିନୟ କ୍ଷେତ୍ରରେ ସକ୍ରିୟ ମଧ୍ୟ ଥିଲେ। ଏସବୁକୁ ପୁସ୍ତକରେ ସ୍ଥାନ ଦିଆଯାଇଛି। ତେବେ ଶ୍ରୀଦେବୀଙ୍କ ପତି ବୋନି କପୁର ମଧ୍ୟ ଏଥିରେ ସହଯୋଗ କରିଛନ୍ତି। ଅକ୍ଟୋବର ୨୦୧୯ରେ ଏହା ପବ୍ଲିଶ କରାଯିବ ବୋଲି ଜଣାପଡିଛି।