Odia News Portal

ହଲିଉଡ ଯିବେ ବଲିଉଡର ଏହି ସୁପରଷ୍ଟାର

ମୁମ୍ବାଇ() ହଲିଉଡ ଯିବେ ବଲିଉଡ ସୁପରଷ୍ଟାର ସୁନୀଲ୍ ଶେଟ୍ଟୀ । ସୁନୀଲ୍ ଶେଟ୍ଟୀ ଏବେ ଏକ ହଲିଉଡ୍ ଫିଲ୍ମ କରୁଛନ୍ତି। ଫିଲ୍ମଟିର ନାଁ ‘କଲ୍ ସେଣ୍ଟର୍’। ଏଥିରେ ସେ ଜଣେ ପଞ୍ଜାବୀ ପୁଲିସ୍ ଅଫିସର ଭୂମିକାରେ ଅଭିନୟ କରୁଛନ୍ତି।

ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ। ଏହା ଏକ କଲ୍ ସେଣ୍ଟରରେ ହୋଇଥିବା କୋଟି କୋଟି ଟଙ୍କାର ଘୋଟାଲାକୁ ନେଇ ତିଆରି ହେଉଛି। ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି। ଫିଲ୍ମରେ ସୁନୀଲଙ୍କ ଲୁକ୍ ମଧ୍ୟ ସାମ୍ନାକୁ ଆସିଗଲାଣି। ଚଳିତ ବର୍ଷର ଶେଷ ସୁଦ୍ଧା ଫିଲ୍ମର ଶୁଟିଂ ସରିଯିବ। ଫିଲ୍ମଟି ହିନ୍ଦୀ ଓ ତେଲୁଗୁରେ ମଧ୍ୟ ଡବିଂ ହେବ। ଏଥିରେ ସୁନୀଲଙ୍କର ଜବରଦସ୍ତ ଆକ୍ସନ ସିନ୍ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ଏହାର ନିର୍ଦ୍ଦେଶନା ଦେଇଉଛନ୍ତି ଜେଫ୍ରୀ ଚିନ୍।