ନୂଆଦିଲ୍ଲୀ() ନିର୍ବାଚନ ଜିତିବା ପରେ ସନ୍ନି ଦେଓଲ ଗୁରୁଦାସପୁରକୁ ଯାଇ ନ ଥିବାରୁ ଲୋକେ ଅଭିଯୋଗ ଆଣିଛନ୍ତି । ଖାସ୍ କରି ତାଙ୍କର ବୁଲିବାର ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଲୋକେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ।କିଛି ଲୋକ କହିଛନ୍ତି ଜିତିବା ପରେ ବୁଲିବା ପରିବର୍ତ୍ତେ ସମାଜ ପାଇଁ କିଛି କର । ତାସହ ଆଉ କିଛି ଲୋକ କହିଛନ୍ତି ଗୁରୁଦାସପୁର ଆଡ଼େ ମଧ୍ୟ ଆସ ।
ସନ୍ନି ଦେଓଲ ନିଜ ଇନ୍ଷ୍ଟାରେ ଏକ ଭିଡିଓ ସେୟାର କରି, ଏବେ ମୁଁ ହିମାଚଳ ପ୍ରଦେଶର କାଜା ରାସ୍ତାରେ ଅଛି । ଏହା ବହୁତ ସୁନ୍ଦର ସ୍ଥାନ ହୋଇଥିବା ବେଳେ ଗତବର୍ଷ ମଧ୍ୟ ମୁଁ ଏଠାକୁ ଆସିଥିଲି । ଏଠାରେ ବହୁତ ଭଲ ଲୋକ ଥିବା ସହ ଖାଇବା ମଧ୍ୟ ଭଲ । ମୁଁ ଅଧଘଣ୍ଟା ପର୍ୟ୍ୟନ୍ତ ଏଠାରେ ରହିବି । ଏଠାକୁ ଆସି ମୋତେ ବହୁତ ଭଲ ଲାଗିଲା ବୋଲି ଭିଡିଓରେ କହୁଥିବା ଦେଖା ଯାଇଛି । କିନ୍ତୁ କ୍ୟାପ୍ସନରେ ଏହା ବର୍ଷେ ତଳର ପୁରୁଣା ଭିଡିଓ ବୋଲି ଲେଖିଛନ୍ତି ସନ୍ନି । ତେବେ ତାଙ୍କର ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନଙ୍କ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇ ଯାଇଛି ।