Odia News Portal

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସନ୍ନି ଦେଓଲ

ଚଣ୍ଡୀଗଡ()  ଶୁକ୍ରବାର ଦିନ ପଞ୍ଜାବରେ ସତ୍ତାରୁଢ ଥିବା କଂଗ୍ରେସ ସରକାର ଦ୍ୱାରା ସରକାରୀ ମେସିନାରୀର ଦୂରୁପଯୋଗ ଆଶଙ୍କାରେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିନେତା ତଥା ବିଜେପି ପ୍ରାର୍ଥୀ ସନ୍ନି ଦେଓଲ । ଗୁର୍ଦାସପୁରକୁ ଅତି ସମ୍ବେଦନଶୀଳ ନିର୍ବାଚନ କ୍ଷେତ୍ର ଘୋଷଣା କରିବା ପାଇଁ ସନ୍ନି ଦେଓଲ ଦାବି କରିଥିଲେ । ଏହି ଅଞ୍ଚଳରେ ହିଂସା ସମ୍ଭାବନା ରହିଛି ବୋଲି ସେ କହିଥିଲେ ।

ସନ୍ନି ଦେଓଲଙ୍କ ଓକିଲ ପଙ୍କଜ ଜୈନ କହିଛନ୍ତି ଯେ, ନିର୍ବାଚନ ବେଳେ କଂଗ୍ରେସ ସରକାରୀ ମେସିନାରୀର ଦୂରୁପଯୋଗ କରିବାର ଆଶଙ୍କା ରହିଛି । ସେଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।