Odia News Portal

ତାଗିଦ ପରେ ବି ସଂସଦରେ ଅନୁପସ୍ଥିତ

ନୂଆଦିଲ୍ଲୀ ()  ସଂସଦରେ ଉପସ୍ଥିତ ରହୁ ନାହାନ୍ତି ସନ୍ନି ଦେଓଲ। ମୋଦୀଙ୍କ ତାଗିଦ୍ ପରେ ମଧ୍ୟ ବଲିଉଡ୍ ଅଭିନେତା ତଥା ଗୁରୁଦାସପୁରରୁ ବିଜେପି ସାଂସଦ ଥିବା ସନ୍ନି ଦେଓଲ ସଂସଦରେ ଅନପସ୍ଥିତ ରହିଥିବା ଦେଖା ଯାଇଛି ।୩୭ଦିନ ମଧ୍ୟରୁ ସେ ୨୮ଦିନ ସଂସଦରେ ଅନୁପସ୍ଥିତ ରହିଥିବା ଜଣା ପଡ଼ିଛି । ଏ ପର୍ୟ୍ୟନ୍ତ ସେ ସର୍ବମୋଟ ୯ଟି ବୈଠକରେ ଭାଗ ନେଇଥିବା ଜଣା ପଡ଼ିଛି ।
ସାଂସଦ ଭାବେ ନିର୍ବାଚିତ ହେବା ପରଠାରୁ କୌଣସି ନା କୌଣସି କାରଣ ପାଇଁ ସନ୍ନି ଦେଓଲ ବିବାଦରେ ରହି ଆସିଛନ୍ତି । ପ୍ରଥମେ କୌଣସି କାମ ନ କରି ବୁଲୁଥିବାର ଅଭିଯୋଗ ଲୋକେ ଆଣିଥିବା ବେଳେ ପରେ ସଂସଦରେ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ଲୋକେ ସମାଲୋଚନା କରିଛନ୍ତି ।