Odia News Portal

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୪ କୋଟି ଟଙ୍କା ଗାଏବ କରିଛନ୍ତି ରିୟା

ମୁମ୍ବାଇ() ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସହିତ ଛଅ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହାରି ଆଧାରରେ ରାଜୀବ ନଗର ଥାନାରେ କେସ୍ ସଂଖ୍ୟା ୨୪୧/୨୦ ଅନୁଯାୟୀ ରୁଜୁ ଏଫଆଇଆରରେ ରିୟାଙ୍କ ଉପରେ ସୁଶାନ୍ତଙ୍କ ପ୍ରେମରେ ଫସାଇ ତାଙ୍କ ଅର୍ଥ କାଢିବା ଓ ଆତ୍ମହତ୍ୟା ପାଇଁ ଉସୁକାଇବାର ଅଭିଯୋଗ ହୋଇଛି।

ଆଇପିସିର ସେକ୍ସନ ୩୪୧, ୩୪୨, ୩୮୦, ୪୦୬, ୪୨୦,୩୦୬ ଆଧାରରେ ରୁଜୁ ଏଫଆଇଆରରେ ରିୟା ଚକ୍ରବର୍ତ୍ତୀ, ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରଣ୍ଡା ଓ ଶ୍ରୁତି ମୋଦୀଙ୍କ ନାମ ଉଲ୍ଲେଖ ରହିଛି।

ଗତ ରବିବାର ଅର୍ଥାତ ଜୁଲାଇ ୨୬ରେ ରୁଜୁ ଏଫଆଇଆରରେ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କୃଷ୍ଣ କିଶୋର ସିଂହ ପାଟନା ପୋଲିସରେ ଲିଖିତ ଅଭିଯୋଗ କରି ରାଜୀବ ନଗର ଥାନାରେ ମାମଲା ରୁଜୁ କରାଇଛନ୍ତି। ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ବିରୋଧରେ ଅଭିଯୋଗ ହୋଇଛି। ପୋଲିସ ସାମ୍ନାରେ ସୁଶାନ୍ତଙ୍କ ପିତା କେକେ ସିଂହ କହିଛନ୍ତି ତାଙ୍କୁ ମୁମ୍ବାଇ ପୋଲିସର ତଦନ୍ତ ଉପରେ ଭରସା ନଥିଲା। ବୟସ ଅଧିକ ହେବା କାରଣରୁ ଏବେ ସେ ଅଧିକ ଦୌଡାଦୌଡି କରି ପାରିବେ ନାହିଁ। ଏହି କାରଣରୁ ସେ ପାଟନା ପୋଲିସଠାରେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି।

ପାଟନା ପୋଲିସର ଅଧିକାରୀ ସୂତ୍ର ଅନୁଯାୟୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସୁଶାନ୍ତଙ୍କ ପିତା ଗୁରୁତର ଅଭିଯୋଗ ଲଗାଇଛନ୍ତି। ଅଭିଯୋଗ ହୋଇଛି ରିୟା ସୁଶାନ୍ତଙ୍କୁ ନିଜ ପରିବାରଠୁ ଅଲଗା କରି ରଖିଥିଲା। ସୁଶାନ୍ତଙ୍କୁ ସେ ପୂରା ନିଜ କବ୍‌ଜାରେ ରଖିଥିଲା। ତାର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ରିୟା ସଞ୍ଚାଳନ କରୁଥିଲା। ପିତା ସଙ୍ଗୀନ ଅଭିଯୋଗ କରିଛନ୍ତି ଯେ, ରିୟା ସୁଶାନ୍ତଙ୍କ ଅର୍ଥ ଗାଏବ କରିଛି।

ରିୟାଙ୍କ ପରିଜନ ବର୍ଷେ ଭିତରେ ସୁଶାନ୍ତଙ୍କ ଆକାଉଣ୍ଟରୁ ୧୪ କୋଟି ଟଙ୍କା କାଢି ନେଇଥିବା ଅଭିଯୋଗ ହୋଇଛି। ଏହି ସବୁ ଅର୍ଥ ଅନଲାଇନ୍‌ ଜରିଆରେ ନେଣଦେଣ ହୋଇଥିବା କୁହାଯାଉଛି। ସମସ୍ତ ରେକର୍ଡ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏହି ମାମଲାର ତଦନ୍ତ ପାଇଁ ପାଟନା ପୋଲିସ ମୁମ୍ବାଇ ପହଞ୍ଚି ସାରିଛି।