Odia News Portal

ହତ୍ୟା ସନ୍ଦେହ କଲା AIIMS

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି। ଦିଲ୍ଲୀସ୍ଥିତ ଏମ୍‌ସରେ ଫରେନ୍ସିକ୍‌ ଯାଞ୍ଚ ଟିମ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବହୁତ ଜିନିଷ ଅଧା ଅଛି। ଏବେ ହତ୍ୟା ଆଙ୍ଗେଲରୁ ତଦନ୍ତ ହେବା ଆବଶ୍ୟକ। ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ଶବର ପୋଷ୍ଟମର୍ଟମ ମୁମ୍ବାଇର କୁପର ହସ୍ପିଟାଲରେ ହୋଇଥିଲା।

ଡା ସୁଧୀର ଗୁପ୍ତା କହିଛନ୍ତି ଡେଥ୍‌ ଇନ୍‌ଭେଷ୍ଟିଗେସନ୍‌ ପାଇଁ ମେଡିକାଲରୁ ଜରୁରୀ ସୂଚନା ଦରକାର। ମୁମ୍ବାଇର ଲୋକାଲ ଟିମ୍‌ ମାଧ୍ୟମରେ ଆମେ କୁପର ହସ୍ପିଟାଲଠାରୁ ଉକ୍ତ ତଥ୍ୟ ମାଗିଥିଲୁ। ମାତ୍ର ସେମାନେ ସବୁ ସୂଚନା ଅଧା ଅଧା ଦେଇଛନ୍ତି। ପ୍ରକାଶ ଯେ ସିବିଆଇ ଏମ୍‌ସଠାରୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ଅଟୋପ୍ସି ରିପୋର୍ଟର ଯାଞ୍ଚ କରି ତାଙ୍କ ରାୟ ମାଗିଛନ୍ତି।

ଗତ ସପ୍ତାହରେ ଡା.ସୁଧୀର ଗୁପ୍ତା କହିଥିଲେ ଆମେ ହତ୍ୟା ସମେତ ସମସ୍ତ ସମ୍ଭାବିତ ଦୃଷ୍ଟିକୋଣରୁ ଯାଞ୍ଚ କରିବୁ। ଆମ ଟିମ୍‌ ସୁଶାନ୍ତଙ୍କ ଶରୀରରେ ଥିବା କ୍ଷତ ଉପରେ ତଦନ୍ତ କରି ସାକ୍ଷୀଙ୍କ କଥା ସହ ମିଳାଉଛନ୍ତି। ଏଥସହ ସୁଶାନ୍ତ ଖାଉଥିବା ଆଣ୍ଟିଡିପ୍ରେସନ୍‌ ମେଡିସିନ୍‌ର ବି ଯାଞ୍ଚ କରିବୁ ବୋଲି କହିଛନ୍ତି ଡା.ଗୁପ୍ତା।