Odia News Portal

ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା

ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କଙ୍ଗନା ସିଧାସଳଖ ବଲିଉଡ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ଦୁର୍ବଳ ମଣିଷ ଡିପ୍ରେସନ ଆସି ଆତ୍ମହତ୍ୟା କରିଥାଆନ୍ତି। କିନ୍ତୁ ସୁଶାନ୍ତ ସେହିଭଳି ମଣିଷ ନୁହଁନ୍ତି। ଗତକିଛି ଦିନ ତଳେ ସୁଶାନ୍ତ କହିଥିବା କଥାକୁ ପୁଣି ଥରେ କଙ୍ଗନା କହିଛନ୍ତି। ସୁଶାନ୍ତ କହିଥିଲେ, ପ୍ଲିଜ୍ ତାଙ୍କ ପିଲ୍ମ ଦେଖନ୍ତୁ, ତାଙ୍କର କେହି ଗଡ଼ ଫାଦର ନାହାନ୍ତି। ନ ହେଲେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାହାର କରି ଦେବେ। ଏ ଇଣ୍ଡଷ୍ଟ୍ରି କାହିଁକି ତାଙ୍କୁ ନିଜର ଭାବୁ ନାହିଁ। କେଦାନାଥ, ଏମ୍ଏସ୍ ଧୋନୀ ଏବଂ ଛିଛୋରେ ଭଳି ହିଟ୍ ଫିଲ୍ମକୁ କାହିଁକି ଆଓ୍ବାର୍ଡ ମିଳିଲା ନାହିଁ ବୋଲି ଏକ ଭିଡିଓ ବାଧ୍ୟମରେ କଙ୍ଗନା କହିଛନ୍ତି ।

ପଞ୍ଚତତ୍ଵରେ ବିଲୀନ ହୋଇଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ସ୍ମଶାନ ଘାଟରେ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପିତା, ଦାଦା ପୁଅ ଭାଇ, ତିନି ଭଉଣୀ ଏବଂ ଅନ୍ୟ ନିକଟତର ସଂପର୍କୀୟ ସ୍ମଶାନ ଘାଟରେ ଉପସ୍ଥିତ ଥିଲେ। ଏହା ସହିତ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଗତକାଲି ସୁଶାନ୍ତ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥଲେ।