Odia News Portal

ସୁଶାନ୍ତ ସିଂହଙ୍କ ବାଲକନିରେ ରହିଛି ଅତ୍ୟାଧୁନିକ ଟେଲିସ୍କୋପ

ଆମେରିକା ସ୍ଥିତ ଏଷ୍ଟ୍ରୋଫିଜିଷ୍ଟ ଏବଂ ବୈଜ୍ଞାନିକ ଡ.କରନ ଜାନି ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନର ଏହିଭଳି ଏକ ଅଂଶକୁ ନେଇ ଖୁଲାସା କରିଛନ୍ତି ଯାହା ଉପରେ ସମ୍ଭବତଃ କାହାର ନଜର ପଡିଥିବ ।ସୁଶାନ୍ତ ସିଂହଙ୍କ ମୃତ୍ୟୁ ଖବର ଶୁଣି ଡ.ଜାନି ସ୍ତବ୍ଦ ରହିଗେଲେ । ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରି ଏକ ପୋଷ୍ଟ ଲେଖିଛନ୍ତି । ସେ ଲେଖିଛନ୍ତି, ‘ମୁଁ ବହୁତ ଭାଗ୍ୟଶାଳୀ ଯେ ତୁମର ଆଉ ଏକ ପ୍ରତିଛବି ଦେଖିବାକୁ ପାଇଥିଲି । ବୁକ ସେଲ୍ଫରେ ରଖିଥିବା ମୋଟା ନୋଟ ବହି, ଅନ୍ୟ କଳାକାରଙ୍କ ଠାରୁ ତୁମ ଜୀବନ ସମ୍ପୂର୍ଣ ଭିନ୍ନ ଥିଲ ।’

ସେ କହିଛନ୍ତି, ସେ ଜଣେ ବଲିଉଡ ତାରକ, ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି କିନ୍ତୁ ସେ ଏହି ପୃଥିବୀରେ କୌଣସି ଏକ ଖାସ ଜିନିଷ ଖୋଜୁଥିଲେ। ସେ ଅନ୍ୟମାନଙ୍କ ଠାରୁ ବହୁତ ଅଲଗା ବୋଲି ଡ.ଜାନି କହିଛନ୍ତି ।

ସେ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ନିଜ ବାଲକନିରେ ଆଡ଼ଭାନ୍ସ ଟେଲିସ୍କୋପ ରଖିଥିଲେ । ସେ ଆମେରିକାର ଖଓଏଙ ଲ୍ୟାବ ଯିବା ପାଇଁ ସ୍ବପ୍ନ ଦେଖୁଥିଲେ । ଏହି ଟେଲିସ୍କୋପକୁ ସେ ସୋନଚିଡିୟା ଫିଲ୍ମ ସୁଟିଙ୍ଗ ସମୟରେ ଚମ୍ବଲକୁ ମଧ୍ୟ ନେଇକି ଯାଇଥିଲେ । ନେବ୍ୟୁଲାକୁ ଅନୁଭବ କରିବା ପାଇଁ ସେ ଟେଲିସ୍କୋପ ନେଇ ଚମ୍ବଲ ଯାଇଥିଲେ । ନେବ୍ୟୁଲା ଅନ୍ତରୀକ୍ଷର ଏକ ଦେଖା ଦେଉଥିବା ଧୂଳି ଓ ଗ୍ୟାସର ମିଶ୍ରଣରେ ସୃଷ୍ଟି ହେଉଥିବା ଏକ ବାଦଲ ସଦୃଶ୍ୟ । ୨୦୧୮ ମସିହାରେ ଏସିଆନ ପେଣ୍ଟସର ଏକ ଆଡ଼ରେ ସୁଶାନ୍ତ ସିଂହ ନିଜର ବୁକ ସେଲ୍ଫ ଓ ଟେଲିସ୍କୋପକୁ ଦେଖାଇଥିଲେ ।
ସୁଶାନ୍ତ ସିଂହ ରାଜପୁତଙ୍କ ଘର ଅନ୍ୟ ତାରକଙ୍କ ଘର ଠାରୁ ସମ୍ପୂର୍ଣ ଭିନ୍ନ । ତାଙ୍କ ଘରେ ଅନେକ ଫିକ୍ସନ ଓ ନନ ଫିକ୍ସନ ବହି ରହିଛି ଜ୍ଝ ବାଲକନିରେ ଆଧାନସ ଟେଲିସ୍କୋପ ରହିଥିଲା । ଡ.ଜାନି କହିଛନ୍ତି, ସୁଶାନ୍ତ ସିଂହଙ୍କୁ ଇସ୍ଟ୍ରୋଫିଜିକ୍ସ, ସ୍ତ୍ରିଙ୍ଗ ଥିଓରୀ ଏବଂ ସାଟର୍ଣ୍ଣ ସମ୍ପର୍କରେ ଆଲୋଚନା କରିବାକୁ ବହୁତ ପସନ୍ଦ କରୁଥିଲେ ।