Odia News Portal

ପ୍ରସିଦ୍ଧ ଗାୟିକାଙ୍କ ଆତ୍ମହତ୍ୟା

ମୁମ୍ବାଇ() ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟିକା ସୁସ୍ମିତା ସୋମବାର ଫାଶୀରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସ୍ବାମୀଙ୍କ ଅତ୍ୟାଚାର ଏବଂ ଘରୋଇ ହିଂସା ସହି ନପାରି ସୁଇସାଇଡ ନୋଟ ଭାବେ ଏକ ହ୍ବାଟସଆପ୍ ଏବଂ ଭଏସ୍ ମ୍ୟାସେଜ୍ ନିଜ ମାକୁ ଛାଡ଼ି ଫାଶୀ ଖୁଣ୍ଟରେ ଝୁଲି ଆତ୍ମହତ୍ୟା କରିଛନ୍ତି।

ସୁସ୍ମିତାଙ୍କ ବିବାହ ଶରତ କୁମାରଙ୍କ ସହ ହୋଇଥିଲା। ଶରତ ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିଲେ। ଅନ୍ନପୂରନେଶ୍ବରୀ ପୋଲିସ୍ ଏହି ମାମଲା ରୁଜୁ କରିଛି। କିନ୍ତୁ ଅଭିଯୁକ୍ତ ଶରତ ଏବେ ଯାଏଁ ଫେରାର ରହିଛି।

ସୁସ୍ମିତା ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମାଙ୍କୁ ଏକ ଭଏସ୍ ମ୍ୟାସେଜ ପଠାଇଥିଲେ ଯେଉଁଥିରେ ସେ କହିଥିଲେ,‘ତାକୁ (ତାଙ୍କ ସ୍ବାମୀ)କୁ ଜମା ଛାଡ଼ିବ ନାହିଁ। ମୋତେ କ୍ଷମା କରିଦିଅ। ମୋତେ ନିର୍ୟ୍ୟାତନା ନ ଦେବାକୁ ତାକୁ ମୁଁ ବହୁତ ଅନୁରୋଧ କରିଥିଲି,କିନ୍ତୁ ସେ ମାନିଲା ନାହିଁ। ମୁଁ ନିଜ କର୍ମର ଦଣ୍ଡ ଭୋଗୁଛି’।