ମୁମ୍ବାଇ() ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ । ଅଭିନେତ୍ରୀ ସ୍ୱରା ଭାସ୍କର ଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ ଲଲ୍ଲୁ ସିଂହ।
ସୂଚନାଅନୁସାରେ, ଟ୍ୱିଟର୍ରେ ସ୍ୱରା ତାଙ୍କର ଏକ ଫଟୋ ପୋଷ୍ଟ୍ କରି ‘କହିଁ ଦୂର ଜବ୍ ଦିନ୍ ଢଲ୍ ଯାଏ’ ଲେଖିଥିଲେ। ଏହାକୁ ନେଇ ଜଣେ ବ୍ୟକ୍ତି ଅଶ୍ଳୀଳ ପ୍ରତିକ୍ରିୟା ଦେଇଥିଲେ। ଆଉ ବିଜେପି ସାଂସଦ ଲଲ୍ଲୁ ସିଂହ ଉକ୍ତ ଅଶ୍ଳୀଳ ପ୍ରତିକ୍ରିୟାକୁ ଲାଇକ୍ କରିଥିଲେ।
ଏହା ପରେ ସ୍ୱରା ଉକ୍ତ ଅଶ୍ଳୀଳ ପ୍ରତିକିୟା ଓ ଲଲ୍ଲୁ ସିଂହଙ୍କ ଲାଇକ୍ର ସ୍କ୍ରିନ୍ ଶଟ୍ ନେଇ ଆଉ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ଲେଖିଥିଲେ, ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ ନଗରୀ ଅଯୋଧ୍ୟାର ସାଂସଦ ଲାଲୁ ସିଂହ, ଆପଣଙ୍କ ହ୍ୟାଣ୍ଡେଲ୍ ଗତ କାଲି ରାତିରେ ଏକ ଟ୍ୱିଟ୍କୁ ଲାଇକ୍ କରିଥିଲା। ଆପଣଙ୍କର ସେହି ଛୋଟ କାମଟି ସମାଜର ଏକ ବହୁତ ଗମ୍ଭୀର ସମସ୍ୟା ଓ ମାନସିକତାକୁ ପ୍ରଦର୍ଶିତ କରିଛି। ଦୟାକରି ମୋ ବାର୍ତ୍ତା ପଢ଼ିବାର କଷ୍ଟ କରନ୍ତୁ।”

ଆପଣ ମୋ ବାପାଙ୍କ ବୟସର। ଦେଶର ସଂସଦର ଅଂଶ ମଧ୍ୟ। ଆପଣ ମହିଳାଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିବା କଥା। ଆପଣ ରାମରାଜ୍ୟ ସଂସ୍କାରର ପ୍ରତୀକ ହେବା କଥା। ତା’ ବଦଳରେ ଆପଣ ବାରବୁଲା ଛତରାଙ୍କୁ ପ୍ରଶଂସା କରୁଛନ୍ତି।
ସ୍ୱରାଙ୍କ ଏହି ଟ୍ୱିଟ୍ ଖୁବ୍ ଭାଇରାଲ୍ ହେବା ପରେ ସାଂସଦ ଲଲ୍ଲୁ ସିଂହ କ୍ଷମା ମାଗିଥିଲେ। ସେ ଟ୍ୱିଟ୍ କରି ଲେଖିଥିଲେ, “ଭୁଲ୍ରେ ଏମିତି ହୋଇଯାଇଥିଲା। ଏଥିପାଇଁ ମୁଁ କ୍ଷମା ମାଗୁଛି। ମୋର ଏଭଳି କିଛି ଉଦ୍ଦେଶ୍ୟ ନାହିଁ କି କାହାର ଭାବନାକୁ ଆଘାତ ପହଞ୍ଚାଇବାକୁ ଚାହୁଁ ନଥିଲି।
