Odia News Portal

ନାଗରିକତା ସଂଶୋଧନ ବିଲ ପାସକୁ ବିରୋଧ କଲେ ଏହି ତିନି ଅଭିନେତ୍ରୀ

ନୂଆଦିଲ୍ଲୀ () ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାସ ହେବା ପରେ କେଉଁଠି ସମର୍ଥନ ହୋଇଛି ତ କେଉଁଠି ବିରୋଧ କରାଯାଇଛି । ବିଲ ସପକ୍ଷରେ ୩୧୧ ଓ ୮୦ ଟି ମତ ବିପକ୍ଷରେ ପଡିଛି । ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ସୋମବାର ଏହି ପ୍ରସ୍ତାବ ରଖିଥିଲେ । ହେଲେ ବଲିଉଡ ଜଗତରେ  ଏହାକୁ କିଛି ଲୋକ ସମର୍ଥନ କରିଥିବା ବେଳେ କିଛି ଲୋକି ବିରୋଧ ମଧ୍ୟ କରିଛନ୍ତି ।

ଅଭିନେତ୍ରୀ ସ୍ୱରା ଭାଷ୍କର ଟ୍ୱିଟ କରି ଲେଖିଛନ୍ତି ଯେ ସେ ଚାହୁଁନାହାନ୍ତି ଏକ କରଦାତା ହିସାବରେ ତାଙ୍କର କଷ୍ଟ ଅର୍ଜିତ ଧନକୁ ରୋଗିଣା ବିଗ୍ରେଡ ଏନଆରସି, ସିଏବି ପରିଜନଙ୍କ ପୋଷଣରେ ଖର୍ଚ୍ଚ ହେଉ ।

ସେହିପରି ବିଗବସର ପୂର୍ବ ପ୍ରତିଯୋଗୀ ତଥା ଅଭିନେତ୍ରୀ ଗୋହର ଖାନ ମଧ୍ୟ ନାଗରିକତା ସଂଶୋଧନ ବିଲର ବିରୋଧ କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି ଭାରତୀୟ ଲୋକତନ୍ତ୍ର ପାଇଁ ଆଜି ଏକ ଦୁଃଖଦ ଦିନ ।

ଅଭିନେତ୍ରୀ ଋିଚା ଚଡ୍ଡା ଏହି ବିଲକୁ ନେଇ ପ୍ରତିକ୍ରିୟା ଦେଇ ଟ୍ୱିଟ କରିଛନ୍ତି । ଋିଚା ଲେଖିଛନ୍ତି, ‘ଇଶ୍ୱର ଆମକୁ ବଞ୍ଚାନ୍ତୁ’ ।