ମୁମ୍ବାଇ () ଆଗକୁ ପରଦାକୁ ଆସିବ ପରିଣୀତି ଚୋପ୍ରାଙ୍କ ଅପକମିଂ ସିନେମା ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ । ଏହି ସିନେମା ୨୦୧୫ର ବେଷ୍ଟ ସେଲର ବୁକ୍ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ଉପରେ ଆଧାରିତ। ଏହି ସିନେମା ହଲିଉଡ ଅଭିନେତ୍ରୀ ଏମିଲି ବ୍ଲଣ୍ଟଙ୍କ ସିନେମାର ହିନ୍ଦୀ ରିମେକ । ଏବେ ପରିଣୀତି ଚୋପ୍ରା ଏହି ସିନେମାର ହିନ୍ଦୀ ରିମେକ୍ରେ ନଜର ଆସିବେ। ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ର ପ୍ରଥମ ଲୁକ୍ ରିଲିଜ ହୋଇଛି।
ମୁଣ୍ଡରେ ଆଘାତ ଲାଗିବା ସହିତ ଶରୀରରେ ରକ୍ତ ଲାଗିଥିବା ଅବସ୍ଥାରେ ବାଥ ଟବ୍ରେ ବସିଥିବା ଲୁକ୍କୁ ପରିଣୀତି ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋରେ ପରିଣୀତି ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସୁଛନ୍ତି। ଏହି ଫଟୋକୁ ସେୟାର କରି ପରିଣୀତି ଲେଖିଛନ୍ତି, ‘ଏମିତି କିଛି ଯାହା ମୁଁ ପୂର୍ବରୁ କେବେ କରି ନାହିଁ। ଏହା ମୋ ଜୀବନର ସବୁଠାରୁ କଷ୍ଟ ଚରିତ୍ର ରହିଛି।’
