ଆଜି ଆମେ ଯେଉଁ ମଣିଷ କଥା କହୁଛୁ ଯାହା ଜାଣିଲେ ଆପଣ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଆମେ କହୁଛୁ ଉନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ରହୁଥିବା ଜଣେ ଦୁଇ ମୁହଁ ବ୍ୟକ୍ତି ବିଷୟରେ । ତାଙ୍କ ନାଁ ଥିଲା ଏଡ଼ଓ୍ବାର୍ଡ଼ ମୋରଡାକେ । ମୋରଡାକେଙ୍କ ଦ୍ବିତୀୟ ମୁହଁ ସକ୍ରିୟ ଅବସ୍ଥାରେ ନଥିଲା। ମୋରଡାକେ ଯେତେବେଳେ ଶୋଉଥିଲେ ତାଙ୍କର ଦ୍ବିତୀୟ ମୁହଁ ଜାଗ୍ରତ ହେଉଥିଲା। ଏହି ବ୍ୟକ୍ତିଙ୍କ ମୁଣ୍ଡର ପଛ ପଟ ଚେହେରା ଜଣେ ଯୁବତୀଙ୍କ ଥିଲା ଯାହାର ଆଖି ଥିଲା କିନ୍ତୁ ସେ ଦେଖି ପାରୁନଥିଲେ। ଏହା ବ୍ୟତୀତ ସେହି ଚେହେରାର ପାଟି ମଧ୍ୟ ଥିଲା କିନ୍ତୁ ସେ ଖାଇ ପାରୁନଥିଲେ ଏବଂ ଜୋରରେ ମଧ୍ୟ କଥା କହିପାରୁନଥିଲେ।
ମୋରଡାକେ ଯେତେବେଳେ ଖୁସି ହେଉଥିଲେ ସେତେବେଳେ ଦ୍ବିତୀୟ ମୁହଁ ଏହା ସହି ପାରୁନଥିଲା ଏବଂ ସେ ତାଙ୍କୁ ଉପହାସ କରୁଥିଲେ। ଏହା ବ୍ୟତୀତ ସେ ଯେତେବେଳେ କାନ୍ଦୁଥିଲେ ତାଙ୍କର ଦ୍ବିତୀୟ ଚେହେରା ହସୁଥିଲେ।
ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ପାଖକୁ ମଧ୍ୟ ଯାଇଥିଲେ,କିନ୍ତୁ ସେ ସମୟରେ ଚିକିତ୍ସା ବିଜ୍ଞାନ ଏତେ ବିକଶିତ ନଥିଲା ।
ଦ୍ବିତୀୟ ଚେହେରା ଯୋଗୁଁ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ ମୋରଡାକେ । ତାଙ୍କୁ ସେତେବେଳେ ମାତ୍ର ୩୭ବର୍ଷ ବୟସ ହୋଇଥିଲା। ଲୋକେ ଏହାକୁ କାହାଣୀ ବୋଲି କୁହନ୍ତି।
