Odia News Portal

ଭାଇରାଲ୍ ହେଉଛି ସାଂସଦଙ୍କ ନୃତ୍ୟ, ଦେଖନ୍ତୁ ଭିଡିଓ

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅଭିନେତ୍ରୀ ତଥା ସାଂସଦ ନୁସରତ୍ ଜହାଁ ଏବଂ ମିମି ଚକ୍ରବର୍ତ୍ତୀଙ୍କ ଡ୍ୟାନ୍ସ ଭିଡିଓ।ପଶ୍ଚିମବଙ୍ଗରେ ଦୂର୍ଗା ପୂଜା ପର୍ବକୁ ଆଖି ଆଗରେ ରଖି ଏହି ଭିଡିଓକୁ ଜାରୀ କରାଯାଇଛି । ଦୁଇ ଅଭିନେତ୍ରୀ ମା’ ଦୂର୍ଗାଙ୍କ ନିମିତ୍ତ ସମର୍ପିତ ନୃତ୍ୟ କରୁଥିବା ନଜର ଆସୁଛନ୍ତି ।ଏହି ଭିଡିଓ ୧.୭ ମିଲିୟନ୍ ଲୋକ ଦେଖିସାରିଛନ୍ତି ।

https://www.facebook.com/captaintmtsteel/videos/516551492498014/

ଲୋକସଭା ନିର୍ବାଚନ ୨୦୧୯ ରେ ପଶ୍ଚିମବଙ୍ଗର ବସିରହାଟ୍ ସିଟ୍ ରୁ ତୃଣମୁଳ କଂଗ୍ରେସ ପକ୍ଷରୁ ନୁସରତ୍ ଜହାଁକୁ ସାଂସଦ ରୂପେ ଚୟନ କରାଯାଇଥିଲା ବେଳେ ମିମି ଚକ୍ରବର୍ତ୍ତୀଙ୍କୁ ଯାଦବପୁର ସିଟ୍ ରୁ ସାଂସଦ ରୂପେ ଚୟନ କରାଯାଇଥିଲା ।