Odia News Portal

ରିଲିଜ୍ ହେଲା ଟୋଟାଲ ଧମାଲର ଟ୍ରେଲର

ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର। ଏଥିରେ ନଜର ଆସିଛନ୍ତି ଲିଡ୍ ରୋଲରେ ଥିବା ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ। ୨୦୦୭ରେ ରିଲିଜ ହୋଇଥିବା
ଇନ୍ଦ୍ର କୁମାରଙ୍କ ସୁପରହିଟ୍ ଫିଲ୍ମ ସିରିଜ ଧମାଲ ଓ ଡବଲ ଧମାଲର ଥାର୍ଡ ପାର୍ଟ ହେଉଛି ଟୋଟାଲ ଧମାଲ। ଫିଲ୍ମରେ ଗେଷ୍ଟ ଆପିଏରାନ୍ସରେ ନଜର ଆସିବେ ଆମୀର ଖାନ୍ ଓ ସୋନାକ୍ଷୀ ସିହ୍ନା। ଫେବ୍ରୁଆରୀ ୨୨ରେ ବଡ ପରଦାକୁ ଆସିବ ଟୋଟାଲ ଧମାଲ।
ତେବେ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ପୋଷ୍ଟରକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଟ୍ରେଲରଟି ମଧ୍ୟ ଚର୍ଚ୍ଚାରେ ରହିଛି। ତେବେ ଦୀର୍ଘ ଦିନ ପରେ ମାଧୁରୀ ଦିକ୍ଷୀତଙ୍କୁ କୌଣସି ଫିଲ୍ମରେ ଦେଖିବାକୁ ମିଳୁଥିବାରୁ ଦର୍ଶନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି।