ମୁମ୍ବାଇ () ସମଲିଙ୍ଗୀ ସଂପର୍କ ଉପରେ ଆଧାରିତ ଏହି ରୋମାଂଟିକ କମେଡି ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ ଗତକାଲି ରିଲିଜ ହୋଇଛି । ମୁଖ୍ୟ ଭୂମିକାରେ ରହିଛି ଭର୍ସାଟାଇଲ ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କରିଛନ୍ତି ।
ତେବେ ଏହି ଫିଲ୍ମକୁ ଆମେରିକା ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ପ୍ରଥମେ ଏହି ଫିଲ୍ମର ଥିମକୁ ପ୍ରଶଂସା କରି ଟ୍ୱିଟ କରିଥିଲେ ଜଣେ ବ୍ରିଟିସ ସମାଜସେବୀ । ଯାହାକୁ ରି-ଟ୍ୱିଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଭାରତରେ ସମଲିଙ୍ଗି ସଂପର୍କକୁ ଆଇନସିଦ୍ଧ କରାଯାଇଛି । ଏହାପରେ ସମଲିଙ୍ଗି ସଂପର୍କକୁ ନେଇ ତିଆରି ହୋଇଥିଲା ବଲିଉଡ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନ । ଏହିି ସିନେମା ଲୋକଙ୍କ ଭିତରେ ଅଧିକ ସଚେତନତା ସୃଷ୍ଟି କରିବ ବୋଲି ଏହି ଟ୍ୱିଟର ପୋଷ୍ଟରେ କୁହାଯାଇଛି ।