ଗ୍ରାହକ ଯେଉଁ ଭଳି ବିଭିନ୍ନ ଚାନେଲ୍ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖୁ୍ଥିଲେ, ତାହା ଜାରି ରହିବ: ଟ୍ରାଇପକ୍ଷରୁ ସ୍ପଷ୍ଟୀକରଣ
ବର୍ତ୍ତମାନ ଅଧିକାଂଶ ଟିଭି ଚାନେଲ୍ରେ ଗ୍ରାହକମାନଙ୍କୁ ସୂଚନା ଦିଆଯାଉଛି କି ସେମାନେ କେଉଁ କେଉଁ ଚାନେଲ୍ ଦେଖିବାକୁ ଚାହାନ୍ତି ତାହା ଡିସେମ୍ବର ୨୯ ସୁଦ୍ଧା ଚୟନ କରନ୍ତୁ। ଅର୍ଥାତ ନିଜ ରୁଚିର ଚାନେଲ୍ ଚୟନର ଶେଷ ତାରିଖ ଡିସେମ୍ବର ୨୯ ରହିଛି। ଟେଲିକମ୍ ରେଗୁଲେଟୋରି ଅଥରିଟି (ଟ୍ରାଇ) ଆଣିଥିବା ନୂଆ ନିୟମ ଅନୁସାରେ ଗ୍ରାହକ କେବଳ ସେଇ ଚାନେଲ୍ ଲାଗି ଅର୍ଥ ଦେବେ, ଯାହା ସେମାନେ ଦେଖିବାକୁ ଚାହିଁବେ। ଏଥିଲାଗି ନିର୍ଦ୍ଦିଷ୍ଟ ପ୍ୟାକ୍ କ୍ରୟ କରିବାକୁ ପଡ଼ିବ ନାହିଁ।
ତେବେ ଏଥିସହ ପ୍ରଚାର ହେଉଛି କି ଡିସେମ୍ବର ୨୯ ତାରିଖ ସୁଦ୍ଧା ନିଜର ଚାନେଲ୍ ସୂଚୀ ନ ଜଣାଇଲେ ଗ୍ରାହକ ଆଉ ଟିଭି କାର୍ଯ୍ୟକ୍ରମ ଦେଖି ପାରିବେ ନାହିଁ। ମାତ୍ର ଏହାକୁ ଟ୍ରାଇ ପକ୍ଷରୁ ଖଣ୍ଡନ କରାଯାଇଛି। ଗ୍ରାହକ ଯଦି ବି ଡିସେମ୍ବର ୨୯ ସୁଦ୍ଧା ଚାନେଲ୍ ଚୟନ ନ କରି ପାରନ୍ତି, ସେ କ୍ଷେତ୍ରରେ ପୂର୍ବରୁ ସେମାନେ ଯେଉଁ ଭଳି ବିଭିନ୍ନ ଚାନେଲ୍ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖୁ୍ଥିଲେ, ତାହା ଜାରି ରହିବ। ଏ ନେଇ ଟ୍ରାଇପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି।