ମୁମ୍ବାଇ() ଜଣେ ଅଭିନେତ୍ରୀ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଉକ୍ତ ଅଭିନେତ୍ରୀଙ୍କ ସହିତ ଏକ ଡେଟିଙ୍ଗ ଆପରେ କରଣ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। କିନ୍ତୁ ପରେ ଅଭିନେତ୍ରୀ ଜଣଙ୍କ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗକୁ ଆଧାର କରି ତାଙ୍କୁ ପୁଲିସ ଗିରଫ କରିବା ସହିତ ୧୪ଦିନ ରିମାଣ୍ଡରେ ମଧ୍ୟ ନେଇଥିଲା । ତେବେ ରିମାଣ୍ଡ ସରିବା ପରେ କରଣଙ୍କୁ ମୁମ୍ବାଇର ତଲୋଜାରେ ଥିବା ଜେଲରେ ରଖା ଯାଇଥିବା ବେଳେ ଗତକାଲି ତାଙ୍କ ମାମଲାର ଶୁଣାଣି କରାଯାଇଥିଲା । ଶୁଣାଣି ପରେ ତାଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି ।