ଅବିବାହିତ ପୁଅ ଏବଂ ଝିଅ ହୋଟେଲରେ ଏକାସାଥିରେ ରହିବା କୌଣସି ଅପରାଧ ନୁହେଁ । ତେଣୁ ପୁଲିସ୍ ନିକଟରେ ହୋଟେଲରେ ରହିଥିବା କୌଣସି ବି ଅନମ୍ୟାରେଡ୍ କପଲଙ୍କୁ ହଇରାଣ କିମ୍ବା ଗିରଫ କରିବାର କୌଣସି ବି ଅଧିକାର ନାହିଁ । ଏନେଇ ସର୍ବୋଚ୍ଚ ଅଦାଲତ ତଥା ସୁପ୍ରିମକୋର୍ଟ ଦେଇଥିବା ଏକ ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ।
ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ବିନୟ କୁମାର ଗର୍ଗଙ୍କ କହିବାନୁଯାୟୀ, ଅବିବାହିତ ପୁଅ, ଝିଅ ଏକାସାଥିରେ ହୋଟେଲରେ ରହିବା ଏବଂ ପରସ୍ପର ସହମତିରେ ଶାରୀରିକ ସଂବନ୍ଧ ରଖିବା ସେମାନଙ୍କର ମୌଳିକ ଅଧିକାର ଅଟେ । ଯଦିଓ ଏଥିପାଇଁ ସର୍ତ୍ତ ରଖିଛି କି ଉଭୟ ପୁଅ, ଝିଅ ସାବାଳକ ହୋଇଥିବା ଦରକାର ।
