Odia News Portal

ଭାଇରାଲ ହେଉଛି ଏହି ସାଂସଦଙ୍କ ଉଲଗ୍ନ ଫଟୋ, ଇସ୍ତଫା ଦେଲେ ସାଂସଦ

ମହିଳା ସାଂସଦଙ୍କ କେଟି ହିଲ ଙ୍କର ନିଜ କର୍ମୀଙ୍କ ସହ ଅଶ୍ଳୀଳ ଫଟୋ ଲିକ୍ ହୋଇଯାଇଛି । ଏହା ପରେ ସେ ଇସ୍ତଫା ଦେଇଛନ୍ତି। ଆମେରିକାର ମହିଳା ସାଂସଦଙ୍କର ଜଣେ କର୍ମଚାରୀଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ ହୋଇଛି। ଆମେରିକାର ହାଉସ ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରୁଛି ।

୨୦୧୮ ମସିହାରେ ୩୨ ବର୍ଷ ବୟସ୍କ କେଟି ହିଲ ଦକ୍ଷିଣ କ୍ୟାଲିଫର୍ଣ୍ଣିୟାରୁ ଜିତିଥିଲେ। ସେ ନିଜ ଇସ୍ତଫା ଟୁଇଟରରେ ପୋଷ୍ଟ କରିଛନ୍ତି। କେଟି ଇସ୍ତଫା ଦେଇ ଦୁଃଖର ସହ ପାର୍ଟି ଛାଡିବାର ଘୋଷଣା କରିଛନ୍ତି। ଏହା ତାଙ୍କ ଜୀବନର ସବୁଠାରୁ କଠିନ ସମୟ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସହକେଟି ଟୁଇଟ କରିଛନ୍ତି ଯେ, ତାଙ୍କୁ ଏକ ଷଡଯନ୍ତ୍ରର ଶିକାର କରାଯାଇଛି। ଏହା ପଛରେ ତାଙ୍କ ସ୍ବାମୀଙ୍କ ହାତ ଅଛି ବୋଲି ସେ ଅଭିଯୋଗ କରିଛନ୍ତି। କେଟିଙ୍କର ନିଜ ସ୍ବାମୀ ସହ ଛାଡପତ୍ର ପ୍ରକ୍ରିୟା ଚାଲିଛି।