ଅଭିନେତ୍ରୀ ସୋନାଲି ସହଗଲଙ୍କ ଗ୍ଲାମରସ ଅବତାର ଆଜିକାଲି ଭାଇରାଲ ହେବାର ଲାଗିଛି। “ପ୍ୟାର କା ପଞ୍ଚନାମା” ଫିଲ୍ମର ଏକ ଫୋଟ ସୋସିଆଲ ମିଡିଆଲରେ ଭାଇରାଲ ହେବାରେ ଲାଗିଛି । କିଛି ସମୟ ମଧ୍ୟରେ ଏହି ଫୋଟଟି ୧୩ ହଜାରରୁ ଅଧିକ ଲାଇକ ହୋଇଥିଲା । ସୋନାଲି ଏବେ ଏକ ଆଇଟମ ସଂଗ ଶୁଟିଂରେ ବ୍ୟସ୍ଥ ଅଛନ୍ତି। ଏହି ଗୀତର ଶୁଟିଂ ସେଟ୍ର କିଛି ଫଟୋ ଭାଇରାଲ ହୋଇଛି। ତାଙ୍କର ଏହି ଫଟୋ ଦେଖି ଦର୍ଶକଙ୍କ ହୋସ ଉଡିଯାଇଛି ।
ସୋନାଲିଙ୍କ ପ୍ରଥମ ଫିଲ୍ମ ୨୦୧୧ ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ସୋନାଲି ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ ସହ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସୋନାଲି “ରେହା” ଭୂମିକାରେ ଅଭିନୟ କରିଥିଲେ। ପ୍ୟାର କାପଞ୍ଚନାମାର ୨ଟି ପାର୍ଟସ ଫିଲ୍ମରେ ଅଭିନୟ କରିଲା ପରେ ସୋନାଲି ବେଶ ଚର୍ଚ୍ଚାରେ ଥିଲେ। ଲଭ ରଂଜନଙ୍କ ଫିଲ୍ମ “ସନୁ କେ ଟିଟୁ କି ସ୍ୱିଟି”ରେ କେମିଓ କରିଥିଲେ। ସୋନାଲି ଫିଲ୍ମରେ ବହୁତ ସେକ୍ସି ଓ ହଟ୍ ଲାଗୁଥିଲେ।
ଏହି ଅନ୍ଦାଜ ପାଇଁ ତାଙ୍କର ବହୁତ ଫ୍ୟାନ ଫଲୋଇଂଗ ଅଛନ୍ତି। ଖୁବ୍ ଶୀଘ୍ର ସୋନାଲି ସେଟର୍ସ ଫିଲ୍ମରେ ଦେଖିବାକୁ ମିଳିବେ। ଏହି ଫିଲ୍ମର ଗୋଟେ ଗୀତ ପାଇଁ ସୋନାଲି ବହୁତ କସରତ କରୁଛନ୍ତି। ସିନେମା ଜଗତ ବ୍ୟତୀତ ସୋନାଲି ମଡେଲିଂ କରନ୍ତି। ଏହା ସହ ସେ ଅନେକ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି।